ରେପ୍‌ସଲ୍ ହୋଣ୍ଡା ଟିମ୍‌ର ଚାଳକ ମାର୍କ ମାକ୍ୱେର୍ଜ୍‌ଙ୍କ ୧୦୦ତମ ପୋଡିୟମ୍ ଫିନିସ୍‌

109

ଭୁବନେଶ୍ୱର: ନିଜ ଶେଷ ରେସ୍‌ର ଦୀର୍ଘ ୩୫୭ ଦିନ ପରେ ରେପ୍‌ସଲ୍ ହୋଣ୍ଡା ଟିମ୍‌ର ପ୍ରମୁଖ ଚାଳକ ମାର୍କେ ମାକ୍ୱେର୍ଜ୍ ୧୦୦ତମ ପ୍ରିମିୟର ଶ୍ରେଣୀର ପୋଡିୟମ୍ ଫିନିସ୍ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ବିଶ୍ୱର ଚତୁର୍ଥ ଚାଳକ ଭାବେ ତାଙ୍କୁ ଏହି ସଫଳତା ମିଳିଛି । ଅଷ୍ଟ୍ରେଲିଆନ୍ ଗ୍ରାଣ୍ଡ୍ ପ୍ରିକ୍ସର ମୋଟୋ ଜିପି ୨୦୨୨ର ରାଉଣ୍ଡ୍ ୧୮ରେ ତାଙ୍କୁ ଏହି ସଫଳତା ମିଳିଛି । ତାଙ୍କ ପୂର୍ବରୁ କେବଳ ଭାଲେଂଟିନୋ ରୋସି, ଜୋର୍ଜ ଲୋରେଞ୍ଜୋ ଏବଂ ଦାନି ପେଡ୍ରୋସା ୧୦୦ ପୋଡିୟମ୍ ଫିନିସ୍ ସଫଳତା ପାଇଥିଲେ । ସମସ୍ତ ପ୍ରକାରର ଗ୍ରାଣ୍ଡ ପ୍ରିକ୍ସରେ ମାକ୍ୱେର୍ଜଙ୍କ ମୋଟ ପୋଡିୟମ୍ ଫିନିସ୍ ୫୯ରେ ପହଂଚିଛି । ଏଥି ସହିତ ସେ ସ୍ପେନ୍‌ର କିମ୍ବଦନ୍ତୀ ଚାଳକ ଆଂଜେଲ୍ ନିଏଟୋଙ୍କ ସମକକ୍ଷ ହୋଇଛନ୍ତି ।

ଫିଲିପ୍ ଆଇଲ୍ୟାଣ୍ଡ୍ ସର୍କିଟ୍‌ରେ ୨୭ ଲ୍ୟାପ୍ ବିଶିଷ୍ଟ ଏହି ରେସ୍‌କୁ ସାମ୍ନାରେ ରହି ମାକ୍ୱେର୍ଜ୍ ଆରମ୍ଭ କରିଥିଲେ । ପ୍ରଥମ ଭାଗରେ ସେ ଜୋର୍ଜ ମାର୍ଟିନ୍‌ଙ୍କ ପଛରେ ଥିଲେ । ଶେଷ ବେଳକୁ ଶୀର୍ଷ ସ୍ଥାନ ପାଇଁ ସାତ ଆଡ଼ୁ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଦ୍ୱିତୀୟ ସ୍ଥାନରେ ରହି ସେ ରେସ୍ ଶେଷ କରିଥିଲେ । ଆଠ ଥର ବିଶ୍ୱ ଚାମ୍ପିଆନ୍‌ସିପ୍ ଜିତିଥିବା ମାକ୍ୱେର୍ଜ୍‌ଙ୍କ ଏହା ଥିଲା ୧୦୦ତମ ପ୍ରିମିୟର ଶ୍ରେଣୀ ପୋଡିୟମ୍ ଫିନିସ୍ । ନିଜ ମୋଟୋଜିପି କ୍ୟାରିୟରରେ ୩୧ତମ ଥର ପାଇଁ ସେ ପୋଡିୟମ୍‌ରେ ପହଂଚିଥିଲେ । ଶେଷ ଥର ପାଇଁ ୨୦୨୧ରେ ଏମିଲିଆ ରୋମଗ୍ନା ଗ୍ରାଣ୍ଡ ପ୍ରିକ୍ସରେ ସେ ପୋଡିୟମ ଫିନିସ୍ କରିଥିଲେ । ସେହି ସମୟରେ ଆଘାତ ଲାଗିଥିବା ତାଙ୍କ ହାତରେ ଚତୁର୍ଥ ଅସ୍ତ୍ରୋପଚାର ହୋଇଥିଲା ।

ପଲ୍ ଏସ୍‌ପାରଗାରୋ ଶ୍ରେଷ୍ଠ ୧୦ରେ ରହିବାକୁ ଉଦ୍ୟମ କରିଥିଲେ । ପ୍ରଥମ ଭାଗରେ ସେ ୧୪ତମ ସ୍ଥାନରେ ଥିଲେ । କିନ୍ତୁ ଶେଷ ବେଳକୁ ୧୧ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ଏହା ପରେ ମାଲେସିଆର ସେପାଙ୍ଗ ଇଟଂରନ୍ୟାସନାଲ୍ ସର୍କିଟ୍‌ରେ ହେବାକୁ ଥିବା ରେସ୍‌ରେ ରେପ୍‌ସଲ୍ ହୋଣ୍ଡା ଟିମ୍ ଅଂଶଗ୍ରହଣ କରିବ ।

ଏହି ଅବସରରେ ମାର୍କ ମାକ୍ୱେର୍ଜ୍ କହିଛନ୍ତି ଯେ, “ଆଜି ଏକ ବହୁତ ଭଲ ରେସ୍ ଥିଲା । ମୁଁ ତାହାକୁ ଉପଭୋଗ କରିଥିଲି । ପୋଡିୟମ୍‌ରେ ପହଂଚିବା ଏକ ଚମତ୍କାର ଅନୁଭବ ଥିଲା । ପ୍ରାରମ୍ଭିକ ସମୟରେ ମୁଁ ସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ଉପରେ ଧ୍ୟାନ ଦେଇଥିଲି । ଶେଷ ଲ୍ୟାପ୍‌ରେ କିନ୍ତୁ ଆଲେକ୍ସ ରିନ୍‌ସ ବହୁତ ଭଲ ରେସ୍ କରିଥିଲେ । ସବୁ କ୍ଷଣକୁ ମୁଁ ଉପଭୋଗ କରିଥିଲି । ପ୍ରତି ଟର୍ଣ୍ଣ ବିଶେଷ କରି ଟର୍ଣ୍ଣ ୨ରେ ମେସିନ୍ ବହୁତ ଭଲ କାମ କରିଥିଲା । ଆମେ ଭଲ ପ୍ରଦର୍ଶନ କରିଛୁ କିନ୍ତୁ ଆଗକୁ ଆହୁରି କାମ ବାକି ଅଛି । ୧୦୦ ପ୍ରିମିୟର ଶ୍ରେଣୀ ପୋଡିୟମ୍ ହାସଲ କରିବା ଏକ ପ୍ରମୁଖ ମାଇଲଖୁଂବ ଏବଂ ନିଏଟୋଙ୍କ ସହ ସମକକ୍ଷ ହେବା ଏକ ବଡ଼ ସ୍ୱୀକୃତି ।’’

ପଲ୍ ଏସ୍‌ପାରଗାରୋ କହିଛନ୍ତି ଯେ, “ଆମର ଏହି ରେସ୍ ଗତ ରେସ୍ ଭଳି ଥିଲା । ଆମେ ଯେତିକି କ୍ଷୀପ୍ର ହେବ ବୋଲି ଭାବୁଥିଲୁ ରେସ୍ ତା’ଠାରୁ ଧୀମା ରହିଲା । ପିଲିପ ଆଇଲ୍ୟାଣ୍ଡ୍‌ରେ ଅଧିକ ଅସ୍ଥିରତା ଦେଖାଦିଏ । ଚଳିତ ସପ୍ତାହକୁ ଆମେ ଭଲ ଭାବେ ଆରମ୍ଭ କରିଛୁ । ମାତ୍ର କ୍ୟୁ୨ରେ ପଛରେ ରହିବା ଆମକୁ ଆଘାତ ଦେଇଛି । ଏହି ଋତୁର ଆଉ ଦୁଇଟି ରେସ୍ ବାକି ଅଛି । ଆମ ଆଗକୁ ବଢ଼ିବା ଜାରି ରଖିବୁ ।’’

Australian Grand Prix – Race Results

Pos.RiderNumNationPointsTeamConstructorTime/Gap
1RINS Alex42SPA25Team Suzuki EcstarSuzuki40’50.654
2MARQUEZ Marc93SPA20Repsol Honda TeamHonda0.186
3BAGNAIA Francesco62ITA16Ducati Lenovo TeamDucati0.224
4BEZZECCHI Marco73ITA13Mooney VR46 Racing TeamDucati0.534
5BASTIANINI Enea23ITA11Team Gresini Racing MotoGPDucati0.557
6MARINI Luca10ITA10Mooney VR46 Racing TeamDucati0.688
7MARTIN Jorge89SPA9Pramac RacingDucati0.884
8ZARCO Johann5FRA8Pramac RacingDucati3.141
9ESPARGARO Aleix41SPA7Aprilia RacingAprilia4.548
10BINDER Brad33RSA6Red Bull KTM Factory RacingKTM5.94
11ESPARGARO Pol44SPA5Repsol Honda TeamHonda11.048
12OLIVEIRA Miguel88POR4Red Bull KTM Factory RacingKTM13.606
13CRUTCHLOW Cal35GBR3WithU Yamaha RNF MotoGP TeamYamaha13.89
14BINDER Darryn40RSA2WithU Yamaha RNF MotoGP TeamYamaha14.526
15GARDNER Remy87AUS1Tech 3 KTM Factory RacingKTM19.47
16FERNANDEZ Raul25SPA0Tech 3 KTM Factory RacingKTM20.645
17VINALES Maverick12SPA0Aprilia RacingAprilia22.167
18MIR Joan36SPA0Team Suzuki EcstarSuzuki23.489
19NAGASHIMA Tetsuta45JPN0LCR HondaHonda39.618
20DI GIANNANTONIO Fabio49ITA0Team Gresini Racing MotoGPDucati39.633
21MORBIDELLI Franco21ITA0Monster Energy Yamaha MotoGPYamahaDNF
22QUARTARARO Fabio20FRA0Monster Energy Yamaha MotoGPYamahaDNF
23MILLER Jack43AUS0Ducati Lenovo TeamDucatiDNF
24MARQUEZ Alex73SPA0LCR HondaHondaDNF

Rider Standings

Pos.RiderNumNationPointsTeamConstructor
1BAGNAIA Francesco62ITA233Ducati Lenovo TeamDucati
2QUARTARARO Fabio20FRA219Monster Energy Yamaha MotoGPYamaha
3ESPARGARO Aleix41SPA206Aprilia RacingAprilia
4BASTIANINI Enea23ITA191Team Gresini Racing MotoGPDucati
5MILLER Jack43AUS179Ducati Lenovo TeamDucati
6BINDER Brad33RSA160Red Bull KTM Factory RacingKTM
7ZARCO Johann5FRA159Pramac RacingDucati
8RINS Alex42SPA137Team Suzuki EcstarSuzuki
9MARTIN Jorge89SPA136Pramac RacingDucati
10OLIVEIRA Miguel88POR135Red Bull KTM Factory RacingKTM
11VINALES Maverick12SPA122Aprilia RacingAprilia
12MARINI Luca10ITA111Mooney VR46 Racing TeamDucati
13MARQUEZ Marc93SPA104Repsol Honda TeamHonda
14BEZZECCHI Marco73ITA93Mooney VR46 Racing TeamDucati
15MIR Joan36SPA77Team Suzuki EcstarSuzuki
16ESPARGARO Pol44SPA54Repsol Honda TeamHonda
17MARQUEZ Alex73SPA50LCR HondaHonda
18NAKAGAMI Takaaki30JPN46LCR HondaHonda
19MORBIDELLI Franco21ITA31Monster Energy Yamaha MotoGPYamaha
20DI GIANNANTONIO Fabio49ITA23Team Gresini Racing MotoGPDucati
21DOVIZIOSO Andrea4ITA15WithU Yamaha RNF MotoGP TeamYamaha
22BINDER Darryn40RSA12WithU Yamaha RNF MotoGP TeamYamaha
23GARDNER Remy87AUS10Tech 3 KTM Factory RacingKTM
24FERNANDEZ Raul25SPA9Tech 3 KTM Factory RacingKTM
25CRUTCHLOW Cal35GBR6WithU Yamaha RNF MotoGP TeamYamaha
26BRADL Stefan6GER2Repsol Honda TeamHonda

Comments are closed, but trackbacks and pingbacks are open.