ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂକୁ ସିଲ୍

0 373

ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦିଆଯାଇଛି। କିଣାକିଣି ପାଇଁ ଲୋକ ଗହଳି ଏବଂ ସାମାଜିକ ଦୂରତା ପାଳନ କରୁ ନ ଥିବାରୁ ମାର୍କେଟ୍ ବିଲ୍ଡିଂ ସିଲ୍ ହୋଇଛି। ବି.ଡି.ଏ.-ବି.ଏମ୍‍.ସି.ର ମିଳିତ ସ୍କ୍ୱାର୍ଡ ତଥା କମିଶନରେଟ୍ ପାଲିସ୍ ସହାୟତାରେ ମାର୍କେଟ୍ ବିଲ୍ଡିଂ ଭିତରେ ଥିବା ଦୋକାନଗୁଡିକୁ ସିଲ୍ କରାଯାଇଥିଲା ।

ଏସମ୍ପର୍କରେ ବି.ଏମ୍‍.ସି.ର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି, ରଜପାଇଁ କିଣାକିଣିବେଳେ ମାର୍କେଟ୍ ବିଲ୍ଡିଂରେ ପ୍ରବଳ ଭିଡ ଜମିଥିଲା। ଲୋକେ ସାମାଜିକ ଦୂରତାର ପାଳନ କରୁ ନ ଥିଲେ। ତେଣୁ ଆଜି ଦିନକପାଇଁ ମାର୍କେଟ୍ ବିଲ୍ଡିଂ ସିଲ୍ କରାଗଲା। ଆସନ୍ତାକାଲି ଓ ରବିବାର ସଟ୍ଡାଉନ୍ ରହିଛି। ସୋମବାର ଦିନ ସ୍ଥିତି ଦେଖିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଭିଡ଼କୁ ଦୃଷ୍ଟିରେ ରଖି ୟୁନିଟ୍‍-୧ ହାଟକୁ ମଧ୍ୟ ସିଲ୍‍ କରିଦିଆଯାଇଛି ।

Leave A Reply