ମାଳଦ୍ୱୀପରେ କ୍ଷମତା ପରିବର୍ତ୍ତନ ପଛରେ କଣ ଭାରତର ହାତ ଅଛି ?

ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଚୀନ୍‌କୁ ଆଖିମୁଦି କରୁଥିଲେ ସମର୍ଥନ

0 566

ନୂଆଦିଲ୍ଲୀ : ଭାରତ ମହାସାଗରୀୟ କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପରେ ନିର୍ବାଚନ ହୋଇ ବିରୋଧୀ ଦଳ କ୍ଷମତାକୁ ଆସିବା ନିଶ୍ଚିତ ହୋଇଯାଇଛି । ଏହା ସହିତ ଏକଛତ୍ରବାଦୀ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଛି । ତେବେ କାଲି ପର୍ୟ୍ୟନ୍ତ ଦେଶର ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟ ବିଚାରପତି, ଗଣମାଧ୍ୟମ କର୍ମୀ ସମସ୍ତଙ୍କୁ ଜେଲରେ ପୁରାଇଥିବା ଓ ଚୀନ ବଳରେ ବଳୀୟାନ ହୋଇ ଭାରତକୁ ନାଲି ଆଖି ଦେଖାଉଥିବା ୟମିନ ହଠାତ ଏମିତି କଣ ହେଲା ଯେ ନିରପେକ୍ଷ ନିର୍ବାଚନ କରିବାକୁ ରାଜି ହୋଇଗଲେ ଓ ପରାଜୟ ସ୍ୱୀକାର କଲେ ?

ଯଦି କେତେକ ସୁରକ୍ଷା ବିଶେଷଜ୍ଞ ଓ ବିଜେପି ଏମପି ସୁବ୍ରମଣ୍ୟମ ସ୍ୱାମୀଙ୍କ ସୂଚନାକୁ ବିଶ୍ୱାସ କରାଯାଏ ତେବେ ଭାରତ ଓ ଆମେରିକାର ମିଳିତ ଚାପରେ ହିଁ ଏହା ସମ୍ଭବ ହୋଇଥିଲା । କିଛି ଦିନ ତଳେ ଭାରତୀୟ ନୌସେନାର କେତେକ ଜାହଜ ଗୋପନରେ ମାଲଦ୍ୱୀପ ନିକଟରେ ପହଞ୍ଚିଥିଲେ । ଆମେରିକାର ଏକ ଯୁଦ୍ଧ ଜାହଜ ମଧ୍ୟ ଭାରତ ମହାସାଗରରେ ପହଞ୍ଚିଥିଲା । ନିରପେକ୍ଷ ନିର୍ବାଚନ କରିବାକୁ ପୂର୍ବରୁ ଉଭୟ ଭାରତ ଓ ଆମେରିକା ୟମିନଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ଶୁଣୁନଥିିଲେ । ଏଣୁ ବାଧ୍ୟ ହୋଇ ଶକ୍ତି ପ୍ରଦର୍ଶନ କରିବାକୁ ପଡିଲା ବୋଲି କୁହାଯାଉଛି ।

 

Leave A Reply