ଇଣ୍ଡସ ଆପଷ୍ଟୋରରେ ଯୋଗଦେଲେ ପ୍ରମୁଖ ଗେମ ଡେଭଲପର
ଭୁବନେଶ୍ୱର: ଭାରତର ନିଜସ୍ୱ ଆଣ୍ଡ୍ରଏଡ୍ ଭିତିକ ମୋବାଇଲ୍ ଆପ୍ ଷ୍ଟୋର୍ ଇଣ୍ଡସ୍ ଆପ୍ଷ୍ଟୋର ଅଗ୍ରଣୀ ଗେମ୍ ଡେଭଲପର୍ସଙ୍କ ଯୋଗଦାନ ଘୋଷଣା କରିଛି, ଯାହା ସାରା ଦେଶରେ ଉପଭୋକ୍ତାଙ୍କ ପାଇଁ ଗେମିଂ ଅନୁଭୂତିରେ ବୈପ୍ଳବିକ ପରିବର୍ତନ ଆଣିଛି । ଡ୍ରିମ୍ ୧୧, ନାଜାରା ଟେକ୍ନୋଲୋଜି, ଏ୨୩, ଏମପିଏଲ, ଜଙ୍ଗଲୀ ରମି, ତାଜ ରମି, ରମି ପ୍ୟାସନ୍, ରମି କଲଚର, ରମିଟାଇମ୍ ଏବଂ କାର୍ଡବାଜି ଇଣ୍ଡସ୍ ଆପ୍ଷ୍ଟୋର ସହ ସହଭାଗିତା କରିଛନ୍ତି । ଏହି ସହଭାଗିତା ଗୁଣାତ୍ମକ ଖେଳର ଏକ ବିବିଧ ଶୃଙ୍ଖଳା ପ୍ରଦାନ କରି ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଗେମିଂ ଅଭିଜ୍ଞତାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି । ଇନ୍-ଆପ୍ ପେମେଂଟ ଉପରେ ଜିରୋ କମିସନ୍ ଦ୍ୱାରା ଡେଭଲପର୍ସଙ୍କୁ ସମର୍ଥନ କରିବା ପାଇଁ ଇଣ୍ଡସ୍ ଆପ୍ଷ୍ଟୋରର ପ୍ରତିବଦ୍ଧତାକୁ ଦର୍ଶାଯାଇଛି, ଯାହା ଅନ୍ୟ ଆପ୍ ଷ୍ଟୋର୍ ଗୁଡ଼ିକ ୧୫-୩୦% ପର୍ଯ୍ୟନ୍ତ ମୋଟା ଅଙ୍କର ଶୁଳ୍କ ଆଦାୟ କରୁଥିବା ତୁଳନାରେ ସମ୍ପୂର୍ଣ୍ଣ ବିପରୀତ । ଏହି ବୈପ୍ଳବିକ ପଦକ୍ଷେପ ଡେଭଲପରମାନଙ୍କୁ ଆର୍ôଥକ ପ୍ରତିବନ୍ଧକ ବିନା ଇମର୍ସିଭ୍ ଗେମିଂ ଅନୁଭୂତି ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେବାକୁ ସଶକ୍ତ କରୁଛି । ଏହାବ୍ୟତୀତ, ପ୍ଲାଟଫର୍ମର ସ୍ଥାନୀୟକରଣ ବୈଶିଷ୍ଟ୍ୟ ସୁନିଶ୍ଚିତ କରେ ଯେ ଏହି ଖେଳଗୁଡିକ ବର୍ତମାନ ଭାରତର କୋଣ ଅନୁକୋଣରେ ପହଂଚିପାରିବ ଏବଂ ଉପଭୋକ୍ତାଙ୍କ ପସନ୍ଦର ଭାଷାରେ ବିଷୟବସ୍ତୁ ପ୍ରଦାନ କରିବ ।
ଏହି ସହଭାଗୀତା ସମ୍ପର୍କରେ ଇଣ୍ଡସ୍ ଆପ୍ଷ୍ଟୋରର ସହପ୍ରତିଷ୍ଠାତା ଆକାଶ ଡୋଙ୍ଗରେ କହିଛନ୍ତି ଯେ, “ଇଣ୍ଡସ୍ ଆପ୍ଷ୍ଟୋର ପରିବାରରେ ଏହି ଗେମିଂ ଜାଏଂଟମାନଙ୍କୁ ସ୍ୱାଗତ କରି ଆମେ ଆନନ୍ଦିତ । ଶୀର୍ଷସ୍ତରୀୟ ଗେମିଂ ଅନୁଭୂତି ପ୍ରଦାନ କରିବା ପାଇଁ ସେମାନଙ୍କର ଦକ୍ଷତା ଏବଂ ପ୍ରତିବଦ୍ଧତା ଆମର ଦୃଷ୍ଟିକୋଣ ସହିତ ନିରବଚ୍ଛିନ୍ନ ଭାବରେ ଯୋଡ଼ି ହୋଇଛି । ଆମେ ସମସ୍ତେ ମିଶି ଭାରତୀୟ ଗେମିଂ ଇଣ୍ଡଷ୍ଟ୍ରିରେ ଆଗାମୀ ଅଭିବୃଦ୍ଧି କାହାଣୀ ପ୍ରସ୍ତୁତ କରିବାକୁ ଆଶା ରଖିଛୁ ।” କାର୍ଡବାଜିର ସୁନୀତ ୱାରାଇଚ୍ (ସିଇଓ) କହିଛନ୍ତି, “ଇଣ୍ଡସ୍ ଆପ୍ଷ୍ଟୋର ସହିତ ଆମେ କାର୍ଡ ଗେମିଂ କ୍ଷେତ୍ରକୁ ପୁନଃପରିକଳ୍ପନା କରିବାକୁ ଯାଉଛୁ, ଯାହା କେବଳ ମନୋରଞ୍ଜନ ନୁହେଁ ବରଂ ଖେଳାଳିମାନଙ୍କ ପାଇଁ ନିରପେକ୍ଷ ଏବଂ ଲାଭଦାୟକ ବାର୍ତାଳାପ ପାଇଁ ପ୍ରତିବଦ୍ଧତା ପ୍ରଦାନ କରିବ । ସେହିଭଳି ମନୀଷ ଶ୍ରୀବାସ୍ତବ (ଭିପି ମାର୍କେଟିଂ), ଏମପିଏଲ କହିଛନ୍ତିଯେ, “ଇଣ୍ଡସ୍ ଆପ୍ଷ୍ଟୋର ସହ ସହଭାଗୀତା ଆମକୁ ଆମେ ନିର୍ମାଣ କରୁଥିବା ଭାରତରେ ପହଂଚିବାରେ ସାହାଯ୍ୟ କରିବ ।” ସେହିଭଳି ରମି ପ୍ୟାସନ ସିଏମଓ ଅମନଦୀପ ସିଂହ, ଗେମ୍ସକ୍ରାଫ୍ଟ (ଏଭିପି ମାର୍କେଟିଙ୍ଗ) ପ୍ରତୀକ ସାହୁ, ନାଜାରା ଟେକ୍ନୋଲୋଜିସ ସିଓଓ ସୁଧୀର କମଥ, ତାଜ ରମି ହେଡ ଅଫ ମାର୍କେଟିଙ୍ଗ ଭୁପେନ୍ଦ୍ର ବି ଏବଂ ଏ୨୩ ସିନିୟର ଡାଇରେକ୍ଟର, ଆକ୍ୱାଜିସନ ସୁଦର୍ଶନ ମଧ୍ୟ ଏହି ସହଭାଗୀତାକୁ ନେଇ ନିଜ ନିଜ ଉତ୍ସାହ ବ୍ୟକ୍ତ କରିଛନ୍ତି ।
Comments are closed, but trackbacks and pingbacks are open.