ଆଜି ଆଂଶିକ ଚନ୍ଦ୍ରଗହଣ: ଅପରାହ୍ଣ ୪ଟାରେ ବନ୍ଦ ହେବ ୪ ଧାମର କବାଟ

0 873

କୋଲକାତା: ଦେଶରେ ମଙ୍ଗଳବାର ବିଳମ୍ବିତ ରାତି ଠାରୁ ବୁଧବାର ଭୋର ୪ଟା ୩୦ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ । ଏହି ଗ୍ରହଣ ମଙ୍ଗଳବାର ବିଳମ୍ବିତ ରାତି ୧ଟା ୩୧ ମିନିଟ ପୂର୍ବରୁ ହେବ । ଏଥି ପାଇଁ ଆଜି ଅପରାହ୍ଣ ସାଢ଼େ ୪ଟାରୁ ପାକତ୍ୟାଗ ବିଧି ରହିଛି । ଆଂଶିକ ଚନ୍ଦ୍ରଗ୍ରହଣ ରାତି ସାଢ଼େ ୩ଟାରେ ସ୍ପଷ୍ଟ ଭାବେ ଦେଖାଯିବ । ଏହି ସମୟରେ ଚନ୍ଦ୍ରର ଅଧିକାଂଶ ଅଂଶ ଲୁଚିଯିବ । ଏହା ବୁଧବାର ସକାଳ ୪ଟା ୩୦ ଯାଏଁ ରହିବ ।
ବଦ୍ରୀନାଥ ଧାମର କବାଟ ମଙ୍ଗଳବାର ଚନ୍ଦ୍ରଗ୍ରହଣ ଯୋଗୁଁ ଅପରାହ୍ଣ ୪ଟା ୨୫ରୁ ବନ୍ଦ ହେବ । ଭଗବାନ ବିଷ୍ଣୁଙ୍କ ସର୍ବଶ୍ରେଷ୍ଠ ସ୍ଥାନ ବଦ୍ରୀନାଥଙ୍କ ପାଇଁ ଅପରାହ୍ଣ ୩ଟାରେ ନୀତି ଆରମ୍ଭ ହୋଇଯିବ । ଜୁଲାଇ ୧୭ ସକାଳ ୪ଟା ୪୦ରେ ପୁଣି ଥରେ କବାଟ ଖୋଲିବ । ଏହା ପରେ ୬ଟାରେ ମହାଭିଷେକ ନୀତି ଅନୁଷ୍ଠିତ ହେବ ।
କେଦାରନାଥ ଧାମ, ଯମୁନେତ୍ରୀ ଓ ଗଙ୍ଗୋତ୍ରୀରେ ମଧ୍ୟ ଅନୁରୂପ ଭାବେ ଆଜି ଅପରାହ୍ଣ ୪ଟାରେ ବୁଧବାର ସକାଳ ୫ଟା ୩୦ ଯାଏଁ କବାଟ ବନ୍ଦ ରହିବ । ଏହା ପରେ ସକାଳ ୬ଟାରୁ ଶ୍ରଦ୍ଧାଳୁଙ୍କ ପାଇଁ କବାଟ ଖୋଲିବ ।

Leave A Reply