କୋରାପୁଟରେ ଅଜଣା ରୋଗ -ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

160


କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରୀଗୁଡ଼ା ବ୍ଲକ କାଣ୍ଡିକିଗୁଡ଼ାରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଏକ ସପ୍ତାହ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ସୂଚନା ଅନୁସାରେ ଆକ୍ରାନ୍ତ ରୋଗୀମାନଙ୍କର ହାତ, ଗୋଡ଼ ଓ ମୁହଁ ଫୁଲିଯାଉଛି ।


୧୫ରୁ ୨୦ ଦିନ ଭିତରେ ମୃତ୍ୟୁ ହେଉଛି । ଗତକାଲି ରାମବେରୀର ଏକ ମେଡିକାଲ ଟିମ୍‍ ଆସି ଗାଁରେ ପହଁଞ୍ଚି ଚିକିତ୍ସା କରୁଛନ୍ତି । ଆଜି ଆଉ ଏକଡାକ୍ତରୀ ଦଳ ପହଁଞ୍ଚିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ମାଲକାନଗିରି ଜିଲ୍ଲା ମାଥିଲିରେ ଅଜଣା ରୋଗରେ ୧୦ ଦିନ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ହେବାର ଅଭିଯୋଗ ଆସିବାପରେ ହଳଦୀକୁଣ୍ଡ ଗାଁରେ ଭୟର ବାତାବରଣ ଖେଳିଯାଇଛି । ପ୍ରଶାସନ ପକ୍ଷରୁ ଗାଁରେ ଡାକ୍ତରୀ ଦଳ ପହଁଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି ।

Comments are closed, but trackbacks and pingbacks are open.