କାଳିଆ ଯୋଜନାରେ ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ

0 1,010

ଭୁବନେଶ୍ୱର – କାଳିଆ ଯୋଜନାରେ ରାଜ୍ୟ ସରକାର ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି । ୧୪ ଲକ୍ଷ ୭୦ ହଜାର ୫୮୦ ଜଣ ଭୂମିହୀନ ଚାଷୀ ପରିବାରଙ୍କୁ ବି କାଳିଆ ଟଙ୍କା ପ୍ରଦାନ କରାଯାଇଛି।

ଏହି ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‍କୁ ସିଧାସଳଖ ପଠାଯାଇଥିବା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ବିଧାନସଭାରେ ମୁଲତବୀ ଆଲୋଚନାର ଉତ୍ତରରେ ସୂଚନା ଦେଇଛନ୍ତି । କାଳିଆ ଯୋଜନାରେ ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଏସ୍‍ବିଆଇର ଉପଭୋକ୍ତା । ତେଣୁ ସହାୟତା ରାଶି ପରିଚାଳନା
କ୍ଷେତ୍ରରେ ସରକାର ଏହି ବ୍ୟାଙ୍କକୁ ଚିହ୍ନଟ କରିଛନ୍ତି । ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଦି ସାମିଲ ଥିବା ମନ୍ତ୍ରୀ କହିଛନ୍ତି ।

Leave A Reply