ଡିସେମ୍ବର ମାସରେ ରାଜଧାନୀରେ ପ୍ରାୟ ୪୦୦ ଗାଡ଼ି ଚାଳକଙ୍କ ଟ୍ରାଫିକ୍ ନିୟମ ଓ ସଡ଼କ ନିରାପତ୍ତା ନିୟମ ଉଲ୍ଲଙ୍ଘନ ଯୋଗୁଁ ଲାଇସେନ୍ସ ବାତିଲ
ମୋଟ ଭେଇକିଲ୍ ଗାଇଡ୍ଲାଇନ୍ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁହାରକୁ ଦୃଷ୍ଟିରେ ରଖି ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ କମିଟିର ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ପରିବହନ କମିଶନର ଓ ଏସ୍.ପି.ଙ୍କୁ ସଡ଼କ ନିରାପତ୍ତା ନିୟମ କଡ଼ାକଡ଼ି ପାଳନ କରିବା ନେଇ କଠୋର ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି । ସଡ଼କ ନିରାପତ୍ତା ନେଇ ରହିଥିବା ନିୟମ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ସହ ଚାଲାଣ କଟାଯିବ । ବର୍ତ୍ତମାନ ସୁଦ୍ଧା ଡିସେମ୍ବର ମାସରେ ରାଜଧାନୀରେ ପ୍ରାୟ ୪୦୦ ଗାଡ଼ି ଚାଳକଙ୍କ ଟ୍ରାଫିକ୍ ନିୟମ ଓ ସଡ଼କ ନିରାପତ୍ତା ନିୟମ ଉଲ୍ଲଙ୍ଘନ ଯୋଗୁଁ ଲାଇସେନ୍ସ ବାତିଲ ହୋଇସାରିଛି ।