ଶ୍ରୀନଗର .- ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ସେନା ମୁତୟନ କରାଯିବ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଘାଟୀରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି । କେବଳ ସେଟେଲାଇଟ୍ ଟିଭି ସେବା ଚାଲିଥିବାରୁ ଲୋକ ବିଭିନ୍ନ ଟିଭି ଚ୍ୟାନେଲ୍ରେ କବର ପ୍ରସାରଣ ଦେଖିପାରୁଛନ୍ତି । ଅନେକ ଲୋକ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଛନ୍ତି।
ଆହୁରି ୩୦ ବର୍ଷ ପୂର୍ବରୁ ଏହା ହୋଇଥିଲେ ଆତଙ୍କବାଦ ଏତେ ବଢି ନଥାନ୍ତା ଲକ୍ଷେ ଲୋକଙ୍କ ଜୀବନ ବଞ୍ଚିଥାଆନ୍ତା ବୋଲି ଜଣେ ପୁଲିସ କର୍ମଚାରୀଙ୍କ ବାପା (ନାମ ନିଆ ନଯାଇ ପ୍ରକାଶ କରିଛନ୍ତି) । କାଶ୍ମୀରେ ଦ୍ୱେତ ବା ଦୁଇଟି ନାଗରିକ ବ୍ୟବସ୍ଥା (ଗୋଟିଏ ଭାରତର ଅନ୍ୟଟି କାଶ୍ମୀରର) ପ୍ରଚଳିତ ଥିବାରୁ ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା । ଅନେକ ସମୟରେ ଏଥିପାଇଁ ଟଙ୍କା ଲାଞ୍ଚ ଦେବାକୁ ପଡୁଥିଲା , ଏଥର ଭଲ ହେଲେ ବୋଲି ଅନେକ ପ୍ରକାଶ କରିଛନ୍ତି ।
ସବୁଠାରୁ ଖୁସୀ ଅଛନ୍ତି କାଶ୍ମୀରର ମୂଳ ତଥା ପ୍ରକୃତ ବାସିନ୍ଦା କାଶ୍ମୀର ପଣ୍ଡିତ । ଆତଙ୍କବାଦର ଶିକାର ହେବା ପରେ ସେମାନେ କାଶ୍ମୀର ଛାଡିଥିଲେ ।ଏବେ ସେମାନେ ତାଙ୍କ ଘରକୁ ଫେରି ପାରିବେବୋଲି ଆଶା କରିଛନ୍ତି ।
ଦେଶର ବିଭିନ୍ନ ସ୍ଥାନରେ ଏଥିପାଇଁ ଖୁସୀ ମନାଯାଇଛି ।