ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ

0 67

ପୁରୀ- ଡିସେମ୍ବର ୩୧ ଓ ଜାନୁୟାରୀ ପହିଲାରେ ସାଧାରଣ ଦର୍ଶନାର୍ଥୀଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର ବନ୍ଦ୍‍ ରହିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।


ନୂଆବର୍ଷରେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଏହି ଦର୍ଶନ ବନ୍ଦ୍‍ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଏଥିସହ ଜାନୁୟାରୀ ୨ ତାରିଖ ରବିବାର ପଡ଼ୁଥିବାରୁ ସେଦିନ ମନ୍ଦିର ବନ୍ଦ୍‍ ରହିବ ବୋଲି କୁହାଯାଇଛି ।

Leave A Reply