ପୁରୀ ଶ୍ରୀମନ୍ଦିରର ୨୨ ପାହାଚର ମରାମତୀ କାର୍ଯ୍ୟ ଆରମ୍ଭ

0 96

ପୁରୀ ଶ୍ରୀମନ୍ଦିରର ୨୨ ପାହାଚର ମରାମତୀ କାର୍ଯ୍ୟ ଆରମ୍ଭ ହୋଇଛି । ବାଇଶି ପାହାଚର ବହୁ ସ୍ଥାନରେ ପାଣିପଶି ପୂରାତନ ପଥର ସଂଯୋଗ ସ୍ଥଳରେ ଫାଙ୍କମାନ ସୃଷ୍ଟି ହୋଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏ.ଏସ୍‍.ଆଇ.ର ରିପୋର୍ଟ ଭିତ୍ତି କରି ଦୀର୍ଘ ୧୧ ମାସ ପରେ ଏହି ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ୨୫ ଜଣ ଠିକା କର୍ମଚାରୀ ନିୟୋଜିତ ହୋଇଛନ୍ତି । ପଥର ଫାଙ୍କ ସ୍ଥଳକୁ ଚୂନ, ବାଲି, ଇଟାଗୁଣ୍ଡ, ସିମେଣ୍ଟ ଓ ସମପରିମାଣର ପଥରଗୁଣ୍ଡକୁ ଅଠାରେ ପ୍ରସ୍ତୁତ କରାଯାଇ ସଂଯୋଗ ସ୍ଥଳୀଗୁଡ଼ିକୁ ବନ୍ଦ କରାଯାଉଛି । ଏହି କାର୍ଯ୍ୟ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ଏ.ଏସ୍‍.ଆଇ. ପକ୍ଷରୁ ସୂଚନା ଦିଆଯାଇଛି

Leave A Reply