ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ହାଇ ଲେବଲ୍ କ୍ଲିଆରନ୍ସ କମିଟିର ବିଂଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୫ ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ଏହି ୫ଟି ପ୍ରକଳ୍ପ ପାଇଁ ୨ଲକ୍ଷ ୪ହଜାର ୬୯ କୋଟି ଟଙ୍କାର ପୁଂଜି ବିନିଯୋଗ ହେବ। ୩ ବର୍ଷରେ ପ୍ରକଳ୍ପ କାମ ଶେଷ ହେବ। ଏହାଦ୍ୱାରା ସିଧାସଳଖ ୨୭ ହଜାର ୬୪୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।
ଜିନ୍ଦଲ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଠାରେ ୪୪୨ ଏକର ଜମିରେ କୋଲ୍ଡ ରୋଲିଂ କମ୍ପଲେକ୍ସ ଓ ଷ୍ଟିଲ ପ୍ରୋସେସିଂ ପ୍ଲାଂଟ ନିର୍ମାଣ କରିବ। ଏଥିପାଇଁ ୧,୬୭୬ କୋଟି ଟଙ୍କାର ପୁଂଜି ବିନିଯୋଗ ହେବ ସହ ୧୩୦୦ ନିଯୁକ୍ତି ସୃଷ୍ଟି ହେବ। ସେହିପରି ହଳଦିଆ ପେଟ୍ରୋକେମିକାଲସ୍ ବାଲେଶ୍ୱର ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିକଟରେ ହାଇଡ୍ରୋକାର୍ବନ୍ ପ୍ରୋସେସିଂ କମ୍ପଲେକ୍ସ ୨୫୦୦ ଏକର ଜମିରେ ପ୍ରତିଷ୍ଠା ହେବ। ଏଥିରେ ୭୮,୨୨୫ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।