ଭାରତ ଏବଂ ନେପାଳ ମଧ୍ୟରେ ଗତକାଲି ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ

120

ଭାରତ ଏବଂ ନେପାଳ ମଧ୍ୟରେ ଗତକାଲି ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ ଇଣ୍ଡିଆନ୍‍ କାଉନ୍‍ସିଲ୍‍ ଅଫ୍‍ କଲଚରାଲ୍‍ ରିଲେସନ୍ସ ଏବଂ ଲୁମ୍ବିନି ବୁଧିଷ୍ଟ ୟୁନିଭରସିଟି ମଧ୍ୟରେ ଡକ୍ଟର ଆମ୍ବେଦକର ଚେୟାର୍‍ ପ୍ରତିଷ୍ଠା ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ସହ ଆଇ.ସି.ସି.ଆର୍‍. ଚେୟାର୍‍ ପ୍ରତିଷ୍ଠା ରହିଛି । ସେହିପରି ସ୍ନାତକୋତ୍ତର ଶ୍ରେଣୀରେ ଏକ ଡିଗ୍ରୀ ପ୍ରୋଗ୍ରାମ୍‍ ନିମନ୍ତେ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ ବୈଷୟିକ ପ୍ରତିଷ୍ଠାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଜଳ ବିଦ୍ୟୁତ୍‍ ଉନ୍ନୟନ ଓ ସଂଯୋଗ ସ୍ଥାପନ ଭଳି ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି । ଏହା ସହିତ ଭାରତ ଉଦ୍ୟମରେ ନେପାଳରେ ନିର୍ମାଣ କରାଯାଉଥିବା ସେଣ୍ଟର ଫର୍‍ ବୁଦ୍ଧିଷ୍ଟି କଲ୍‍ଚର ଆଣ୍ଡ୍‍ ହେରିଟେଜ୍‍ର ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶିଳାନ୍ୟାସ କରିଥିଲେ । ଏହି ସେଣ୍ଟରରେ ବୌଦ୍ଧ ପରମ୍ପରା ଉପରେ ଗବେଷଣା କରାଯିବ ।

Comments are closed, but trackbacks and pingbacks are open.