ଗ୍ରୀଷ୍ମପ୍ରବାହ ଆସନ୍ତା ୩ ଦିନ – ଅନୁଗୁଳ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଏବଂ ନୟାଗଡ଼ ଆଦି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

0 104


ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲା- ଅନୁଗୁଳ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ବୌଦ୍ଧ,
ବଲାଙ୍ଗିର ଏବଂ ନୟାଗଡ଼ ଆଦି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗ୍ରୀଷ୍ମପ୍ରବାହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ
ଜାରି ରହିବ ।


ଅପରପକ୍ଷରେ ଆଣ୍ଡାମାନରେ ସୃଷ୍ଟ ଲଘୁଚାପର ପ୍ରଭାବରେ ଆସନ୍ତା ୨୧ରୁ ୨୪ତାରିଖ ଯାଏଁ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାରୁ ଗ୍ରୀଷ୍ମପ୍ରବାହ ହ୍ରାସ ପାଇବ । ଏହି ଲଘୁଚାପ କ୍ଷେତ୍ର ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ମଧ୍ୟଭାଗରେ ସକ୍ରିୟ ରହିଛି । ଏହା ଅବପାତ
ରୂପ ନେଇ ବାତ୍ୟାରେ ପରିଣତ ହେଲେ ମଧ୍ୟ ଏହାର ପ୍ରଭାବ ଓଡ଼ିଶାରେ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର
ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

Leave A Reply