ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଉନ୍ନତ ନୂଆ ଆକ୍ଟିଭା ୨୦୨୩କୁ ଉନ୍ମୋଚନ କରାଯାଇଛି । ନିର୍ଧାରିତ ସମୟ ୨୦୨୩ ଏପ୍ରିଲ୍ ପୂର୍ବରୁ କଂପାନି ଏହାକୁ ଉନ୍ମୋଚନ କରିଛି ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ଆତସୁସି ଓଗାତା କହିଛନ୍ତି ଯେ, “ଆକ୍ଟିଭା ସ୍କୁଟର ବଜାରକୁ ପୁନଃ ସକ୍ରିୟ କରିଥିଲା ଏବଂ ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରେଷ୍ଠ ବିକ୍ରି ହେଉଥିବା ଦୁଇଚକିଆ ହୋଇରହିଛି । ଆମ ଗ୍ରାହକଙ୍କ ପରିବର୍ତିତ ଆଶାକୁ ପୂରଣ କରିବା ଲାଗି ଏହା ବିଭିନ୍ନ ରୂପ ଧାରଣ କରିଛି ଏବଂ ଏବେ ଆମେ ଓବିିଡି ୨ ନିୟମ ପାଳନ କରୁଥିବା ଆକ୍ଟିଭା ୨୦୨୩କୁ ଉନ୍ମୋଚନ କରିଛୁ ଯେଉଁଥିରେ ଏହି ବର୍ଗର ବହୁ ପ୍ରଥମ ଧରଣର ସୁବିଧା ସୁଯୋଗ ରହିଛି ଯାହା ଗ୍ରାହକମାନଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ଅପରେଟିଂ ଅଫିସର-ସେଲ୍ସ ଓ ମାର୍କେଟିଂ ଶ୍ରୀଯୁକ୍ତ ଯୋଗେଶ ମାଥୁର କହିଛନ୍ତି ଯେ, “ପ୍ରଯୁକ୍ତିରେ ଅଗ୍ରଦୂତ ହୋଇଥିବାରୁ ଗ୍ରାହକମାନଙ୍କ ଦୈନନ୍ଦୀନ ଜୀବନରେ ସୁବିଧା ଓ ଆରାମ ପ୍ରଦାନ କରି ଏଚ୍ଏମ୍ଏସ୍ଆଇ ସେମାନଙ୍କୁ ଉଲ୍ଲସିତ । ଅତୀତ ମଧ୍ୟ ଏହାର ଉତ୍ପାଦରେ ବହୁ ପ୍ରଯୁକ୍ତି ଭିତିକ ନବସୃଜନ ଯଥା ଏନ୍ହାନ୍ସଡ୍ ସ୍ମାର୍ଟ ପାୱାର (ଇଏସ୍ପି) ପ୍ରଯୁକ୍ତି, ଡବଲ୍ ଲିଡ୍ ଥିବା ବାହ୍ୟ ଇନ୍ଧନ ଟାଙ୍କି ଖୋଲିବା ବ୍ୟବସ୍ଥା ଏବଂ କମ୍ବି ବ୍ରେକ୍ ସିଷ୍ଟମ୍ ସହ ମାନଦଣ୍ଡକୁ ବଢ଼ାଇବ ଲାଗି ଏଚ୍ଏମ୍ଏସ୍ଆଇ ପରିଚିତ ଥିଲା । ହୋଣ୍ଡା ୨୦୨୩ରେ ହୋଣ୍ଡା ସ୍ମାର୍ଟ କି’କୁ ନେଇ ଆମେ ଏବେ ପୁଣି ଥରେ ଦୁଇଚକିଆ ଯାନରେ ପ୍ରଥମ ଧରଣର ସୁବିଧା ଆଣିଛୁ ।’’
ହୋଣ୍ଡା ସ୍ମାର୍ଟ କି’ ଜରିଆରେ ଗ୍ରାହକମାନେ ସ୍ମାର୍ଟ ଫାଇଣ୍ଡ୍, ସ୍ମାର୍ଟ ଅନ୍ଲକ୍, ସ୍ମାର୍ଟ ଷ୍ଟାର୍ଟ ଓ ସ୍ମାର୍ଟ ସେଫ୍ ଭଳି ସୁବିଧା ପାଇପାରିବେ । ଏହା ସହିତ ଇଞ୍ଜିନ ଷ୍ଟାର୍ଟ/ ଷ୍ଟପ୍ ସ୍ୱିଚ୍ ମଧ୍ୟ ରହିଛି । ଗ୍ରାହକମାନଙ୍କ ସୁବିଧା ଲାଗି ଏଥିରେ ରହିଛି ଡବଲ୍ ଲିଡ୍ ଫୁଏଲ୍ ଅପରେଟିଂ ସିଷ୍ଟମ୍ ଯାହା ଜରିଆରେ ଗ୍ରାହକମାନେ ସିଟ୍ ତଳେ ୧୮ ଲିଟର ଷ୍ଟୋରେଜ୍ ସ୍ଥାନ ପାଇପାରିବେ । ଏଥିରେ ବଡ଼ ଫ୍ଲୋର ସ୍ପେସ୍, ଲମ୍ବା ହ୍ୱିଲ୍ ବେସ୍, ଡିସି ଏଲ୍ଇଡି ହେଡ୍ଲ୍ୟାମ୍ପ୍ ଏବଂ ପାସିଂ ସ୍ୱିଚ୍ ଭଳି ସୁବିଧା ରହିଛି ।
ଏହା ବ୍ୟତୀତ ଏଥିରେ ଆଲଏ ହ୍ୱିଲ୍, ପଛରେ ସସ୍ପେନ୍ସନ୍, ଟେଲିସ୍କୋପିକ୍ ସସ୍ପେନ୍ସନ୍, କମ୍ବି ବ୍ରେକ୍ ସିଷ୍ଟମ୍ ଏବଂ ଏନ୍ହାନ୍ସଡ୍ ସ୍ମାର୍ଟ ପାୱାର ଭଳି ସୁବିଧା ରହିଛି । ଏଥିରେ ଇନ୍ଧନ ମିତବ୍ୟୟୀ ଟାୟାର ବ୍ୟବହାର କରାଯାଇଛି । ହୋଣ୍ଡା ଆକ୍ଟିଭା ୨୦୨୩ ଷ୍ଟାଣ୍ଡାର୍ଡ, ସ୍ମାର୍ଟ ଓ ଡିଲକ୍ସ ଭାରିଆଂଟ୍ରେ ଉପଲବ୍ଧ ହେବ । ଷ୍ଟାଣ୍ଡାର୍ଡର ଏକ୍ସ ସୋ’ରୁମ୍ ଦାମ୍ ୭୪,୫୩୬ ଟଙ୍କା, ଡିଲକ୍ସର ୭୭,୦୩୬ ଟଙ୍କା ଓ ସ୍ମାର୍ଟ ଭାରିଆଂଟ୍ର ଦାମ୍ ୮୦,୫୩୭ ଟଙ୍କା ରହିଛି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.