ସ୍ୱେରେଜ୍ ଲାଇନ୍ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଓ ବିପଦସଙ୍କୁଳ ଅବସ୍ଥାରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱରରେ ସ୍ୱେରେଜ୍ କାମ କରୁଥିବାବେଳେ ମୃତ୍ୟୁ ଘଟିଥିବା ଦୁଇ ଶ୍ରମିକଙ୍କ ପରିବାର ଲୋକଙ୍କୁ ଠିକା କମ୍ପାନୀ ଦେଇଥିବା ୨୧ ଲକ୍ଷ ଟଙ୍କା ସମାନ ଭାବରେ ବାଣ୍ଟିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।