ଦୀପାବଳି ଏବଂ କାଳୀପୂଜାରେ ବାଣ ଫୁଟାଇବା ଦ୍ୱାରା କରୋନା ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ଡି.ଏମ୍.ଇ.ଟି. କହିଛନ୍ତି । ସେ କହିଛନ୍ତି ବର୍ତ୍ତମାନ କରୋନା ସଂକ୍ରମଣ ସହ ଏହା ବୃଦ୍ଧି ପାଇବା ଏକ ଚିନ୍ତାଜନକ ବିଷୟ । ସେଥିପାଇଁ ସେ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।
ଯଦିଓ ଦୀପାବଳିରେ ବାଣ ଫୁଟାଇବା ଆମ ସଂସ୍କୃତି ଓ ପରମ୍ପରା, ତଥାପି ବାଣ ଫୁଟାଇବା ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ ବୋଲି ଡି.ଏମ୍.ଇ.ଟି. କହିଛନ୍ତି । ସେ ଆହୁରି କହିଛନ୍ତି ଯେ ବାଣ ଫୁଟାଇବା ସମୟରେ ନାଇଟ୍ରିକ୍ ଡାଇଅକ୍ସାଇଡ୍ ବାହାରିଥାଏ, ଯାହାକି କରୋନା ଭୂତାଣୁ ବୃଦ୍ଧିରେ ସାହାଯ୍ୟ
କରିଥାଏ ।
ଏଣୁ ଜନସାଧାରଣ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କରୋନା କଟକଣାକୁ ମାନି ଚଳିଲେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇବ ବୋଲି ଡି.ଏମ୍.ଇ.ଟି. କହିଛନ୍ତି ।