ଅଲ୍ଟିମେଟ ଖୋ ଖୋ ସିଜନ-୨, ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍ସକୁ ହରାଇ ଫାଇନାଲରେ ଗୁଜରାଟ ଜିଆଂଟ୍ସ
କଟକ,୧୧ ଜାନୁଆରୀ ୨୦୨୪: ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ପ୍ରଥମ ସେମି ଫାଇନାଲ ମ୍ୟାଚରେ ଗୁଜରାଟ ଜିଆଂଟ୍ସ, ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ଜିଆଂଟ୍ସ ୨୯-୨୭ ପଏଂଟରେ ଓଡିଶାକୁ ପରାଜିତ କରିଛି । ସେମି ଫାଇନାଲର ପ୍ରଥମ ଇନିଂସରେ ଗୁଜରାଟ ଜିଆଂଟ୍ସ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଓଡିଶାର ପ୍ରଦର୍ଶନ ନିରାଶାଜନକ ଥିଲା । ତେବେ ଟର୍ଣ୍ଣ ୩ରେ ଓଡିଶା ଜଗରନଟ୍ସ ଭଲ ପ୍ରଦର୍ଶନ କରିଥିଲା । ଗୁଜରାଟ ଜିଆଂଟ୍ସ ପାଇଁ ସୁୟାଶ ଗାରଗାଟେ ଓ ସଙ୍କେତ କଦମ ୬ ପଏଂଟ ଲେଖାଏଁ ହାସଲ କରି ଦଳର ବିଜୟକୁ ସହଜ କରିଥିଲେ । ଆଜିର ଏହି ୧ମ ସେମି ଫାଇନାଲ ମ୍ୟାଚରେ ଓଡିଶାର ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭିକେ ପାଣ୍ଡିଆନ, ରାଜ୍ୟ କ୍ରୀଡା ସଚିବ ଶ୍ରୀ ଭିନିଲ କ୍ରିଷ୍ଣା, ଅର୍ଜୁନ ପୁରସ୍କାର ବିଜେତା ତଥା ଇଣ୍ଡିଆନ ଖୋ ଖୋ ଟିମ କ୍ୟାପ୍ଟେନ ନସରିନ ଆଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଶ୍ରୀ ଭିକେ ପାଣ୍ଡିଆନ ନିଜ ବକ୍ତବ୍ୟରେ କହିଥିଲେ, ‘ଓଡିଶା ଖୋ ଖୋ ଭଳି ସ୍ୱଦେଶର କ୍ରୀଡା ସମେତ ଦେଶରେ କ୍ରୀଡାର ବିକାଶ ଓ ପ୍ରଚାରପ୍ରସାର କ୍ଷେତ୍ରରେ ଆଗଧାଡିରେ ରହିଛି । ଅଲ୍ଟିମେଟ ଖୋ ଖୋରେ ଏକ ଫ୍ରାଂଚାଇଜି ରଖିବା ବ୍ୟତୀତ ଓଡିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ସହ ମିଶି ଖୋ ଖୋ ପାଇଁ ଏକ ଉଚ୍ଚ ପ୍ରଦର୍ଶନକ୍ଷମ କେନ୍ଦ୍ର ସ୍ଥାପନ କରୁଛି ।’ ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ରେ ପରିଣତ ହୋଇଛି । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍ୱର୍କର ଚ୍ୟାନେଲ ଓ ସୋନି ଲିଭ୍ରେ ଟେଲିକାଷ୍ଟ ବା ପ୍ରସାରିତ ହେଉଛି ।
ଆଜିର ୧ମ ସେମି ଫାଇନାଲ ମ୍ୟାଚରେ ବିଜୟୀ ଦଳ ଗୁଜରାଟ ଜିଆଂଟ୍ସରେ ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ, କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର, ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ, ସଲିମ ଖାନ, ବିଜେଶ କୁମାର ଏବଂ ହରିଶ ମହମ୍ମଦ ଆଦି ସାମିଲ ଥିଲେ । ସେହିପରି ଓଡିଶା ଜଗରନଟ୍ସ ଦଳରେ ଦିଲୀପ ଖଣ୍ଡଭି, ଦୀପେଶ ମୋରେ, ଗୌତମ ଏମକେ, ବିଶାଲ, ଓମକାର ସୋନାୱାନେ, ରୋହନ ଶିଙ୍ଗାଡେ, ଅକ୍ଷୟ ମାସାଲ, ମହେଶା ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ, ଦେବେନ୍ଦ୍ର ନାଥ, ନିଖିଲ କୁମାର, ବିଶାଲ ଓରାମ, ସଞ୍ଜୟ କୁମାର ଭି, ଦୀପକ କୁମାର ସାହୁ, ନିଖିଲ ବି, ଏମଡି ମିରାଜୁଲ, ସୁଶାନ୍ତ କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ନିରଞ୍ଜନ ସାମଲ, ସବୀର ଅହମ୍ମଦ, ସୁରେଶ କୁମାର ଓ ସିଦ୍ଧେଶ୍ୱର ଟୁଡୁ ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.