ନୂଆଦିଲ୍ଲୀ . -ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ସଂଗ୍ରହ ୯୩,୯୬୦ କୋଟି ଟଙ୍କାରେ ପହଁଚିଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୧୫,୩୦୩ କୋଟି, ଏସଜିଏସଟି ୨୧,୧୫୪ କୋଟି ଏବଂ ଆଇଜିଏସିଟି ୪୯,୮୭୬ କୋଟି (ଆମଦାନୀ ଉପରେ ଆଦାୟ ହୋଇଥିବା ୨୬,୫୧୨ କୋଟି) ଏବଂ ସେସ ୭,୬୨୮ କୋଟି (ଆମଦାନୀ ଉପରେ ସଂଗୃହିତ ୮୪୯ କୋଟି) । ୩୧ ଅଗଷ୍ଟ ୨୦୧୮ ସୁଦ୍ଧା ଜୁଲାଇ ମାସ ପାଇଁ ଦାଖଲ କରାଯାଇଥିବା ମୋଟ ଜିଏସଟିଆର ୩ଈ ସଂଖ୍ୟା ୬୪ ଲକ୍ଷ ରହିଛି । ଏହା ୩୧ ଜୁଲାଇ, ୨୦୧୮ ସୁଦ୍ଧା ଜୁନ ମାସ ପାଇଁ ଦାଖଲ କରାଯାଇଥିବା ରିଟର୍ଣ୍ଣ ତୁଳନାରେ ସାମାନ୍ୟ ଅଧିକ । କେରଳ ରାଜ୍ୟ ପାଇଁ ଜୁଲାଇ,୨୦୧୮ର ରିଟର୍ଣ୍ଣ ଦାଖଲ କରିବା ପାଇଁ ଶେଷ ତାରିଖକୁ ୫ ଅକ୍ଟୋବର, ୨୦୧୮କୁ ସମ୍ପ୍ରସାରିତ କରାଯାଇଥିଲା ।
ଅଗଷ୍ଟ, ୨୦୧୮ ମାସ ପାଇଁ ୧୨ ହଜାର କୋଟି ଟଙ୍କାର ଅସ୍ଥାୟୀ ପରିଶୋଧ ପରେ ସିଜିଏସଟି ବାବଦରେ କେନ୍ଦ୍ର ସରକାରଙ୍କ ରାଜସ୍ୱ ସଂଗ୍ରହ ୩୬,୯୬୩ କୋଟି ଏବଂ ଏସଜିଏସଟି ବାବଦରେ ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟ ୪୧,୧୩୬ କୋଟି ଟଙ୍କାରେ ପହଁଚିଛି । ଜୁନ-ଜୁଲାଇ ୨୦୧୮ର ଦ୍ୱିମାସିକ ଅବଧି ଲାଗି କ୍ଷତିପୂରଣ ଆକାରରେ ରାଜ୍ୟଗୁଡ଼ିକୁ ୧୪,୯୩୦ କୋଟି ଟଙ୍କା ଜାରି କରାଯାଇଛି ।
ଅଗଷ୍ଟ ୨୦୧୮ରେ ରାଜସ୍ୱ ସଂଗ୍ରହ ପରିମାଣ ୯୩,୯୬୦ କୋଟି ଟଙ୍କାରେ ପହଁଚିଛି ଯାହା ଜୁଲାଇ, ୨୦୧୮ର ରାଜସ୍ୱ ସଂଗ୍ରହ ପରିମାଣ ୯୬,୪୮୩ ଏବଂ ଜୁନ, ୨୦୧୮ର ରାଜସ୍ୱ ସଂଗ୍ରହର ପରିମାଣ ୯୫,୬୧୦ କୋଟି ତୁଳନାରେ ସାମାନ୍ୟ କମ ।
ଜିଏସଟି ପରିଷଦ ଦ୍ୱାରା କେତେକ ବସ୍ତୁ ଉପରେ ଟିକସ ଦର ହ୍ରାସ କରାଯାଇଥିଲା । ଏ ସମ୍ପର୍କରେ ୨୧ ଜୁଲାଇରେ ଅନୁଷ୍ଠିତ ପରିଷଦର ବୈଠକରେ ନିଷ୍ପତି ନିଆଯାଇଥିଲା । ମାତ୍ର ହ୍ରାସ ପାଇଥିବା ଟିକସ ଦରର ବିଜ୍ଞପ୍ତି ୨୭ ଜୁଲାଇ, ୨୦୧୮ ଠାରୁ ଲାଗୁ ହୋଇଥିଲା । ଏହି କାରଣରୁ ଉପରୋକ୍ତ ବସ୍ତଗୁଡ଼ିକର ବିକ୍ରି ସ୍ଥଗିତ ରଖାଯାଇଥିଲା । ସମ୍ଭବତଃ ସେହି କାରଣରୁ ଟିକସ ରାଜସ୍ୱ ଆଦାୟରେ ଏପରି ହ୍ରାସ ଦେଖାଦେଇଛି । ହ୍ରାସ ପାଇଥିବା ଟିକସ ଦରର ଲାଭ ଉପଭୋକ୍ତାଙ୍କ ନିକଟକୁ ପହଁଚାଇବା ପାଇଁ କିଛି ସମୟ ଲାଗିଥିବା କାରଣରୁ ଉପଭୋକ୍ତାମାନେ ହୁଏତ’ ଲାଭ ଆଶାରେ ସେହିସବୁ ସାମଗ୍ରୀର କ୍ରୟକୁ ସ୍ଥଗିତ ରଖିଥିଲେ । ଏହି ମାସର ଶେଷ ଦିନଗୁଡ଼ିକରେ ହ୍ରାସ ପାଇଥିବା ଟିକସର ପ୍ରଭାବ ଅନୁଭୂତ ହୋଇଥିବା କାରଣରୁ ପରବର୍ତ୍ତୀ ମାସ ଠାରୁ ଟିକସ ହ୍ରାସର ବାସ୍ତବ ପରିଣାମ ଅନୁଧ୍ୟାନ କରାଯିବା ସମ୍ଭବ ହୋଇପାରିବ ।
ଏପରିକି ପରୋକ୍ଷ ଟିକସ ସଂଗ୍ରହ ଅତୀତର ଧାରା ଦର୍ଶାଉଛି ଯେ ଜୁଲାଇରେ ଟିକସ ସଂଗ୍ରହ ମୋଟ ବାର୍ଷିକ ସଂଗ୍ରହର ୮.୨% ହୋଇଥିବା ବେଳେ ଅଗଷ୍ଟ ସଂଗ୍ରହ ଏହା ତୁଳନାରେ ସାମାନ୍ୟ କମ ୭.୭% ହୋଇଥାଏ । ଏହା ମଧ୍ୟ ଜୁଲାଇ ତୁଳନାରେ ଅଗଷ୍ଟ ମାସରେ କମ ଟିକସ ସଂଗ୍ରହର ଏକ କାରଣ ହୋଇପାରେ ।