ବିନା ଏସିରେ ସରକାରୀ ବୈଠକ- ନୂତନ ନିର୍ଦ୍ଦେଶାବଳୀ ଜାରି

0 3,645

ଭୁବନେଶ୍ୱର – ନୂତନ ନିର୍ଦ୍ଦେଶାବଳୀ ସରକାରୀ ବୈଠକ ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ସରକାରୀ ବୈଠକକୁ ଯଥାସମ୍ଭବ ସୀମିତ ରଖିବା ପାଇଁ କୁହାଯାଇଛି । ବିନା ଏସିରେ ସରକାରୀ ବୈଠକ କରିବା ପାଇଁ କୁହାଯାଇଛି ।

ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଶାଇ ବୈଠକରେ ୧୦ ଜଣରୁ ଅଧିକଙ୍କ ଉପସ୍ଥିତି ଉପରେ କଟକଣା ଜାରି କରାଯାଇଛି । ଆବଶ୍ୟକ ସ୍ଥଳେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ବୈଠକ କରାଯିବାକୁ ଗୁରୁତ୍ୱାରୋପ କରାଯାଇଛି । ବୈଠକର ସମୟସୀମା ୩୦ ମିନିଟ୍‍ ମଧ୍ୟରେ ସୀମିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Leave A Reply