ଭଲ ନିଦ ହେବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ ନିଶ୍ଚୟ ଆସିବ ନିଦ
ଭଲ ନିଦ ହେବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ ନିଶ୍ଚୟ ଆସିବ ନିଦ
ନ୍ୟୁଜିଲାଣ୍ଡର ବିଶେଷଜ୍ଞ ଦଳ ୧୫ହଜାର ଲୋକଙ୍କ ଉପରେ ପରୀକ୍ଷା କରିବା ପରେ ଶୋଇବା ସମ୍ପର୍କରେ କେତୋଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପ୍ରମୁଖ ଅସୁବିଧା ହେଉଛି ଶୟନ ସମସ୍ୟା। ଅନିଦ୍ରା ସମସ୍ୟାରେ ବିଶ୍ବର ୪୫% ଲୋକେ ଆକ୍ରାନ୍ତ। କେତୋଟି ସରଳ ଉପାୟ ଅବଲମ୍ବନ କଲେ ଏଥିରୁ ରକ୍ଷା ପାଇହେବ।
ଭଲ ନିଦ ହେବା ପାଇଁ ରାତିବେଳା ହାଲୁକା ବା ରାତିରେ ଅଳ୍ପ ଭୋଜନ କରନ୍ତୁ ଗରିଷ୍ଠ ଖାଦ୍ୟ ,ତେଲ ମସଲା ମାଂସ, ମାଛ ଅଣ୍ଡା ଶୋଇବା ପୂର୍ବରୁ ବେଶୀ ଖାଆନ୍ତୁ ନାହିଁ । ଏହା ସହ ଭୋଜନର ୩୦ ମିନିଟ୍ ପରେ ୧ ଗିଲାସ ନଖ ଉଷୁମ ପାଣି ପିଇବା ଆବଶ୍ୟକ। ତକିଆତଳେ ଏକ ପ୍ୟାକେଟରେ ଫିଟିକିରି ଭର୍ତ୍ତି କରି ରଖିଲେ ମଧ୍ୟ ଭଲ ନିଦ ହୋଇଥାଏ। ସାମାନ୍ୟ କଥାରେ ରାଗିଯାଉଥିଲେ କିମ୍ବା ମୁଣ୍ଡ ବିନ୍ଧୁଥିଲେ, ଶୋଇବା ପୂର୍ବରୁ ତକିଆତଳେ ପାଖୁଡ଼ାଏ ରସୁଣ ରଖିବା ଉପକାରୀ। ଏହା ମସ୍ତିଷ୍କକୁ ଶାନ୍ତ କରେ। ଶୋଇବା ସମୟରେ ପାଦକୁ ଉତ୍ତର ପାଖ ଓ ମୁଣ୍ଡ ଦକ୍ଷିଣ ଦିଗ ଆଡ଼କୁ ରଖିଲେ ଭଲ। ଏହା ସହ ଭଲନିଦ ହେବା ପାଇଁ ନଡ଼ିଆ ତେଲ ପାଦରେ ମାଲିସ୍ କରିବା ଉପକାରୀ ବୋଲି ବିଶେଷଜ୍ଞଙ୍କ ମତ।