ପୋଷ୍ଟ କରାଯିବା ଦିନାଙ୍କ: ୦୫ ଝଋଚ ୨୦୧୮ ୨:୪୧ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ
କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଆଜି ସରକାରୀ ଇ-ମାର୍କେଟ ପ୍ଲେସ (ଏଋଗ) ପ୍ରତି ସଚେତନତା ବୃଦ୍ଧି କରିବା ଲାଗି ଏବଂ ଏହାର ଉପଯୋଗରେ ଗତି ଆଣିବା ପାଇଁ ‘ଜେମ ଉପରେ ରାଷ୍ଟ୍ରୀୟ ମିଶନ’ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଲେ ଯେ ଆଗାମୀ ତିନି ବର୍ଷ ମଧ୍ୟରେ ଜେମରେ କାରବାର ୧୦୦ ବିଲିଅନ ଆମେରିକୀୟ ଡଲାର ସ୍ତରରେ ପହଞ୍ଚିଯିବ । ସେ ଏହା ମଧ୍ୟ କହିଲେ ଯେ ଏହି ମିଶନ ଅନ୍ତର୍ଗତ ଆହୁରି ଅଧିକ ସଂଖ୍ୟାରେ ସ୍ୱୟଂ-ସହାୟକ ଗୋଷ୍ଠୀ, କାରିଗର ଏବଂ ଷ୍ଟାର୍ଟ-ଅପମାନଙ୍କୁ ଏହି ପ୍ଲାଟଫର୍ମକୁ ଆଣିବାର ପ୍ରୟାସ କରାଯିବ । ବ୍ୟାଙ୍କ ଏବଂ ସାର୍ବଜନୀକ ଉପକ୍ରମ (ଚଝଟ) ସହିତ ମିଶି କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୮ ସେପ୍ଟେମ୍ବର ୬ରୁ ଅକ୍ଟୋବର ୧୭ ପର୍ୟ୍ୟନ୍ତ ରାଷ୍ଟ୍ରୀୟ ଅଭିଯାନ ଚଲାଇବେ ଯେଉଁ ସମୟରେ କାର୍ୟ୍ୟଶାଳା, ରୋଡ ଶୋ, ପ୍ରଶିକ୍ଷଣ, କାର୍ୟ୍ୟକ୍ରମ ଏବଂ କ୍ରେତା ଓ ବିକ୍ରେତା ପଞ୍ଜିକରଣ ସହିତ ଅନ୍ୟ ସୂଚନା, ଶିକ୍ଷା ଏବଂ ସଞ୍ଚାର ଗତିବିଧି ମାନଙ୍କର ଆୟୋଜନ କରାଯିବ ।
ରାଷ୍ଟ୍ରୀୟ ମିଶନ ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ, ରାଜ୍ୟ ଏବଂ ସାର୍ବଜନୀକ କ୍ଷେତ୍ରର ଉପକ୍ରମମାନଙ୍କୁ ମିଶନ ମୋଡରେ କଭର କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ଜେମ ବାବଦରେ ସଚେତନତା ସୃଷ୍ଟି କରିବା, କ୍ରେତା ଓ ବିକ୍ରେତା ମାନଙ୍କୁ ପ୍ରଶିକ୍ଷିତ କରିବା, ସେମାନଙ୍କୁ ଜେମରେ ପଞ୍ଜିକୃତ କରିବା ଏବଂ ଜେମ ଜରିଆରେ ହେଉଥିବା କାରବାରକୁ ବୃଦ୍ଧି କରିବା ।
ଏହି ମିଶନର ଉଦ୍ଦେଶ୍ୟ ହେଉଛି ବିକ୍ରେତାମାନଙ୍କର ବିଭିନ୍ନ ଶ୍ରେଣୀ ଏବଂ ଏମଏସଏମଇ, ଷ୍ଟାର୍ଟଅପ୍ସ, ଘରୋଇ ନିର୍ମାଣକାରୀ, ମହିଳା ଉଦ୍ୟମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ସେବା ପ୍ରଦତକାରୀଙ୍କୁ ସଶକ୍ତ କରି ସମାବେଶକୁ ବୃଦ୍ଧି କରିବା । ଏହି ମିଶନର ଲକ୍ଷ୍ୟ ହେଉଛି ଡିଜିଟାଲ ଇଣ୍ଡିଆର ଉଦ୍ଦେଶ୍ୟ ଅନୁରୂପ କ୍ୟାସ ରହିତ, ସମ୍ପର୍କ ରହିତ ତଥା ପେପର ଲେସ କାରବାରକୁ ବୃଦ୍ଧି କରିବା । ଏହା ଦକ୍ଷତାରେ ସୁଧାର ଆଣିବ ଏବଂ ସରକାରୀ କ୍ରୟ ସହିତ ଜଡିତ ବ୍ୟୟରେ ଉଲ୍ଲେଖନୀୟ ହ୍ରାସ ହୋଇପାରିବ । ଏହା ମହଜୁଦ ଥିବା ବିକ୍ରେତାମାନଙ୍କ ସହିତ ଜଡିତ ପଞ୍ଜିକରଣ ଅଭିଯାନ ଜରିଆରେ ସରକାରୀ କ୍ରେତାମାନଙ୍କ ଦ୍ୱାରା ହାସଲ କରାଯାଉଥିବା ସମସ୍ତ ପ୍ରକାର ଉତ୍ପାଦ ଏବଂ ସେବାର ସହଜ ଉପଲବ୍ଧତାକୁ ଅଧିକତମ ସ୍ତରରେ ପହଞ୍ଚାଇବ ଯାହା ଫଳରେ ଅନଲାଇନ ଉତ୍ପାଦ ଏବଂ ସେବାମାନଙ୍କର ଆଧାର ଅଧିକ ବିସ୍ତୃତ ହୋଇପାରିବ । ସମଗ୍ର ଦେଶରେ ବ୍ୟାପକ ପ୍ରଶିକ୍ଷଣ ପଦକ୍ଷେପ ଗ୍ରହଣ କରାଯିବ ଯାହା ଫଳରେ ସମ୍ବନ୍ଧିତ କ୍ରେତା ଏବଂ ବିକ୍ରେତାମାନଙ୍କୁ ଜେମର ସମସ୍ତ ବିଶେଷତ୍ୱ ସହିତ ଅବଗତ କରାଇବା ସୁନିଶ୍ଚିତ କରାଯାଇ ପାରିବ ।
ସରକାରୀ ଇ-ମାର୍କେଟପ୍ଲେସ ହେଉଛି ସାର୍ବଜନୀକ କ୍ରୟ ପୋର୍ଟାଲ ଯାହାକି ସରକାରୀ ବିଭାଗ ଦ୍ୱାରା କରାଯାଉଥିବା ସାଧାରଣ ଉପଯୋଗର ବସ୍ତୁ ଏବଂ ସେବାର କ୍ରୟ ଲାଗି ଏକ ପୂର୍ଣ୍ଣ ଅନଲାଇନ ସମାଧାନ ସୁଲଭ କରାଇଥାଏ । ଜେମ ଏକ ଖୋଲା, ସମାବେଶୀ, ପାରଦର୍ଶୀ ଏବଂ ଉପଯୁକ୍ତ ବଜାର ଉପଲବ୍ଧ କରାଇଥାଏ, ଯାହାକି ସରକାରଙ୍କ ପାଇଁ ଉଲ୍ଲେଖନୀୟ ରିହାତି ସୁନିଶ୍ଚିତ କରାଇଥାଏ ।