ଗଞ୍ଜାମ ଜିଲ୍ଲାରେ ରଜପର୍ବ ପାଳନ ନ କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି

0 322

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ ରଜପର୍ବ ପାଳନ ନ କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଜିଲ୍ଲାର କୌଣସି ସ୍ଥାନରେ ଦୋଳି ଖେଳ, ମେଳା ମହୋତ୍ସବ ବା ପାରମ୍ପରିକ ଖେଳକୁଦ ଆୟୋଜନ ହେବା ଉପରେ କଟକଣା ଲଗାଯାଇଛି ।

କରୋନା ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଡ଼ା ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଏହି କଟକଣା ବଳବତ୍ତର ରହିବ ।

Leave A Reply