ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘନକୁହୁଡ଼ି-ଥଣ୍ଡା ଆହୁରି ବଢ଼ିବ

0 435

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘନକୁହୁଡ଼ି ଦେଖିବାକୁ ମିଳିଛି । ଉତ୍ତରାପବନ ବହୁଥିବାରୁ ଥଣ୍ଡା ବଢ଼ିଛି । ଆସନ୍ତା ୧୨ ତାରିଖରୁ ଥଣ୍ଡା
ଆହୁରି ବଢ଼ିବ ବୋଲି ଅନୁମାନ କରାଯାଇଛି ।

ସେପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ପରିମାଣ ଅଧିକ ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯ଦଶମିକ୍‍ ୫ ଡିଗ୍ରୀ ସେଲ୍‍ସିୟସ୍‍ ଫୁଲବାଣୀଠାରେ ରେକର୍ଡ କରାଯାଇଛି । ୧୩ଟି ଜିଲ୍ଲାର ତାପମାତ୍ରା ୧୫ ଡିଗ୍ରୀ ସେଲ୍‍ସିୟସ୍‍ ତଳେ ଥିବା ରେକର୍ଡ କରାଯାଇଛି ।

Leave A Reply