ଫ୍ଲିପକାର୍ଟ ପକ୍ଷରୁ #ଫ୍ଲିପଟ୍ରେଣ୍ଡସ ୨୦୨୪ର ଶୁଭାରମ୍ଭ: କ’ଣ କିଣିଛନ୍ତି କୋଟି କୋଟି ଭାରତୀୟ ?

33

● ସମସ୍ତ ଟେକ୍ନୋଲୋଜି ଏବଂ ସୌନ୍ଦର୍ଯ୍ୟ ସାମଗ୍ରୀ ସପିଂ ୱିସଲିଷ୍ଟର ଶୀର୍ଷରେ ରହିଛି
● ନୋଷ୍ଟାଲଜିକ୍ ବା ପୁରୁଣା ଉତ୍ପାଦଗୁଡ଼ିକ ପ୍ରତ୍ୟାବର୍ତନ କରିଥିବା ବେଳେ କ୍ଲାସିକ୍ ଫ୍ୟାସନ ଏକ ମୁଖ୍ୟ ଉପାଦାନ ହୋଇ ରହିଛି

ବେଙ୍ଗାଲୁରୁ,୫ ଅଗଷ୍ଟ ୨୦୨୪: ଚଳିତ ବର୍ଷର ପାର୍ବଣ ଋତୁରେ ଫ୍ଲିପକାର୍ଟ ବହୁ ପ୍ରତୀକ୍ଷିତ #ଫ୍ଲିପଟ୍ରେଣ୍ଡସ ରିପୋର୍ଟର ଏଚ୧ ସଂସ୍କରଣ (ଜାନୁଆରୀରୁ ଜୁନ୍ ୨୦୨୪) ଉପସ୍ଥାପନ କରିଛି, ଯେଉଁଥିରେ ୫୦୦ ନିୟୁତରୁ ଅଧିକ ପଞ୍ଜୀକୃତ ଫ୍ଲିପକାର୍ଟ ଉପଭୋକ୍ତାଙ୍କ ସପିଂ ଅଭ୍ୟାସର ଏକ ଆକର୍ଷଣୀୟ ବିଶ୍ଳେଷଣ ଉପସ୍ଥାପନ କରାଯାଇଛି । ଫ୍ଲିପକାର୍ଟର ଫ୍ଲିପ୍ ଟ୍ରେଣ୍ଡସ୍ ରିପୋର୍ଟର ଏହି ସଦ୍ୟତମ ସଂସ୍କରଣରେ ଏସବୁ ଏବଂ ଆହୁରି ଅନେକ କିଛି ଉପସ୍ଥାପନ କରାଯାଇଛି । ଫ୍ଲିପ୍ ଟ୍ରେଣ୍ଡ୍ ରିପୋର୍ଟରେ କିଛି ଆଶା କରାଯାଉଥିବା ଏବଂ ଅନେକ ଆଶ୍ଚର୍ଯ୍ୟ ଜନକ ଉପଭୋକ୍ତା ସପିଂ ଟ୍ରେଣ୍ଡ୍ ବିଷୟରେ ସୂଚନା ମିଳିଥାଏ ।

ଫ୍ଲିପ ଟ୍ରେଣ୍ଡସ୍ ୨୦୨୪ ଫଳାଫଳ:

ଇଣ୍ଡିଆ କା ଲାଇଫ୍ ଷ୍ଟାଇଲ୍ ଏବଂ ଫ୍ୟାସନ୍ ଗନ୍ତବ୍ୟସ୍ଥଳୀ –ଯେଉଁଠାରେ ସମସ୍ତଙ୍କ ପାଇଁ କିଛି ନା କିଛି ଅଛି!
୨୦୨୪ ର ପ୍ରଥମାର୍ଦ୍ଧରେ ବିଶେଷ କରି ଗ୍ରୀଷ୍ମ ଋତୁରେ ‘ଛୁଟି ପୋଷାକ’ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା କିୱାର୍ଡ ମଧ୍ୟରୁ ଅନ୍ୟତମ ଥିଲା । ମହିଳାମାନେ ନାରୀ ନମନୀୟତାକୁ ଗ୍ରହଣ କରିଥିଲେ, ଏକକ ଧାରାକୁ ଅଣଦେଖା କରି ହ୍ୱିମସିକାଲ ବୋ, ରୋଜେଟ୍ ଟପ୍‌, ଚିକ୍ ବ୍ୟାଣ୍ଡୟୁ ଟପ୍‌, ପୋଷାକ, ଆରାମଦାୟକ ମ୍ୟୁଲ, ୮୦ ଦଶକ ଅନୁପ୍ରାଣିତ ସ୍କ୍ରଂଚି ଏବଂ ଜେଲାଟୋ ପେଷ୍ଟଲରେ ଫୁଟୁଥିବା ଏକ ପ୍ୟାଲେଟ୍ ଚୟନ କରିଥିଲେ । ପୁରୁଷମାନେ ଗୋଲାକାର ବେକ ଟି-ସାର୍ଟ, ଓପନ୍‌-ନିଟ୍ ଏବଂ ଟେକ୍ସଚର ସାର୍ଟ, ଜିପର ପୋଲୋସ୍ ଏବଂ ପାରାସୁଟ ଟ୍ରାଉଜର୍ ଭଳି କାଜୁଆଲ୍ ପୋଷାକ ବାଛିଛନ୍ତି । ଅନ୍ୟାନ୍ୟ ପ୍ରମୁଖ ପସନ୍ଦ ମଧ୍ୟରେ ଆରାମଦାୟକ ପୋଷାକ, ରିସୋର୍ଟ ପୋଷାକ ଯେପରିକି ପ୍ରିଂଟେଡ କୋ-ଅର୍ଡ ସେଟ୍ ଏବଂ ଗ୍ରୀଷ୍ମକାଳୀନ ସାର୍ଟ ଅନ୍ତର୍ଭୁକ୍ତ ଥିଲା । ଏହାବ୍ୟତୀତ ୨୦୨୩ ତୁଳନାରେ ପୁରୁଷଙ୍କ ଗ୍ରୁମିଂ ପ୍ରଡକ୍ଟରେ ଯଥେଷ୍ଟ ବୃଦ୍ଧି ଘଟିଛି ।

ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା ଏବଂ ନୂଆଦିଲ୍ଲୀରେ ମହିଳାଙ୍କର ୱେଷ୍ଟର୍ଣ୍ଣ ପୋଷାକ ଏବଂ ମହିଳା ଏଥନିକ ପୋଷାକ ସର୍ବୋଚ୍ଚ ପସନ୍ଦ ଥିଲା । ଅଗରତାଲା, ଭାଗଲପୁର, ମେଦିନୀପୁର, ମୁଜାଫରପୁର ଓ ପୁରୀ ଭଳି ସହରରେ ମହିଳାଙ୍କ ଶାଢ଼ି ଫ୍ୟାସନ ତାଲିକାରେ ଶୀର୍ଷରେ ରହିଥିଲା ।
ପରମ୍ପରା ବିଷୟରେ କହିବାକୁ ଗଲେ – ‘ସିନ୍ଦୁର’ ପାଇଁ ଅପ୍ରତ୍ୟାଶିତ ଚାହିଦା ରହିଥିଲା ଯାହା ଗତବର୍ଷ ତୁଳନାରେ ୨୦୨୪ରେ ଏପର୍ଯ୍ୟନ୍ତ ପ୍ରାୟ ୨୪% ବର୍ଷାନୁବର୍ଷ ଅଭିବୃଦ୍ଧି ରହିଛି ।

ଆଧୁନିକ ପାଲେଟରେ ପୁରୁଣା ସ୍ୱାଦ
ଆଧୁନିକ ଗ୍ୟାଷ୍ଟ୍ରୋନୋମି ଏବଂ ଫ୍ୟୁଜନ ଖାଦ୍ୟ ସବୁ କିଛି ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କିଏ କହୁଛି ଯେ ପୁରୁଣା ସ୍ୱାଦ ଏବେ ସେତେ ଲୋକପ୍ରିୟ ହୋଇ ରହିନାହିଁ? ଚଳିତ ବର୍ଷ ଭାରତୀୟମାନେ କ୍ଲାସିକ ରେସିପି ପ୍ରତି ନିଜର ଆଗ୍ରହକୁ ପୁନର୍ବାର ଆବିଷ୍କାର କରି ଚଟଣୀ ଏବଂ ଆଚାର ମହଜୁଦ ରଖିଛନ୍ତି । ୨୦୨୩ ତୁଳନାରେ କେବଳ ‘ପିକଲ୍‌ସ ଆଣ୍ଡ ଚଟନି’ ପାଇଁ ପ୍ରାୟ ୯୦% ବର୍ଷାନୁବର୍ଷ ଅଭିବୃଦ୍ଧି ଘଟିଛି ।

ଖାଦ୍ୟ ବିଷୟରେ କହିବାକୁ ଗଲେ ୨୦୨୪ରେ ଭୁବନେଶ୍ୱର, କଟକ, ଡେରାଡୁନ, ଗୋରଖପୁର ଓ ଗୌହାଟୀ ଭଳି ସହରରେ ଗ୍ରାହକଙ୍କ ସପିଂ ତାଲିକାରେ ‘ଫୁଡ୍ ଆଣ୍ଡ ନ୍ୟୁଟ୍ରିସନ୍‌’ ଦ୍ୱିତୀୟ ସ୍ଥାନରେ ରହିଛି ।

ଗରମକୁ କିଭଳି ମାତ୍ ଦେଉଛି ଭାରତ ?
ପ୍ରବଳ ତାପମାତ୍ରା ମଧ୍ୟରେ ଗ୍ରାହକମାନେ ସତେଜତା ଏବଂ ଆରାମକୁ ପ୍ରାଥମିକତା ଦେଉଛନ୍ତି । ଫ୍ଲିପକାର୍ଟରେ ପଂଙ୍ଖା ଚାହିଦା ଗତ ବର୍ଷ ତୁଳନାରେ ୫୩% ବୃଦ୍ଧି ପାଇଛି, ଯାହା କୁଲିଂ ସଲ୍ୟୁସନର ଅନୁସନ୍ଧାନକୁ ପ୍ରତିଫଳିତ କରୁଛି । ସନସ୍କ୍ରିନ୍ କ୍ରୟ ମଧ୍ୟ ୪୦% ବୃଦ୍ଧି ପାଇଛି, ଯାହା ସ୍ପଷ୍ଟ ଭାବରେ ପ୍ରତିଫଳିତ କରୁଛି ଯେ ଲୋକମାନେ କିପରି ସୂର୍ଯ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି । ଗରମକୁ ମାତ୍ ଦେବା ପାଇଁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଏୟାର କୁଲରର ଚାହିଦା ପୂର୍ବ ବର୍ଷ ତୁଳନାରେ ୬୪% ବୃଦ୍ଧି ପାଇଛି । ବେଙ୍ଗାଲୁରୁ, ଭୁବନେଶ୍ୱର, କଟକ, ଗୋରଖପୁର, ହାଇଦ୍ରାବାଦ, କୋଲକାତା ଓ ନୂଆଦିଲ୍ଲୀ ଭଳି ସହରରେ ହେୟାର ଅଏଲ, ଫେସ୍ ୱାସ୍‌, ସାମ୍ପୁ ଏବଂ ଡିଓଡ୍ରେଂଟ ଭଳି ବ୍ୟକ୍ତିଗତ ଯତ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଚାହିଦା ଅଧିକ ରହିଛି ।

ମୌସୁମୀ ମୁକାବିଲା
ଚଳିତ ବର୍ଷ ମୌସୁମୀ ଋତୁ ପାଇଁ ପ୍ରସ୍ତୁତି ପାଇଁ ଗ୍ରାହକମାନେ ଛତା, ରେନକୋଟ ଏବଂ ମଶକ୍ୟୁଟୋ ଭାପୋରାଇଜର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିଛନ୍ତି । ବର୍ଷ ସାରା ଫ୍ଲିପକାର୍ଟ ଗ୍ରାହକଙ୍କ ପାଇଁ ସୌନ୍ଦର୍ଯ୍ୟ ଏବଂ ସ୍କିନ୍ କେୟାର ସର୍ବୋଚ୍ଚ ପ୍ରାଥମିକତା ରହୁଥିବା ବେଳେ ମୌସୁମୀ ପୂର୍ବରୁ ମେକଅପ୍ କିଟ୍ ଏବଂ ଫ୍ରାଗରାନ୍ସର ଲୋକପ୍ରିୟତା ବୃଦ୍ଧି ପାଇଛି ।

ପରିଧାନଯୋଗ୍ୟ ତାଲିକାରେ ଶୀର୍ଷରେ ରହିଛି ସ୍ମାର୍ଟୱାଚ୍‌
ଫ୍ଲିପ୍ ଟ୍ରେଣ୍ଡସ୍ ଅତ୍ୟାଧୁନିକ ବୈଷୟିକ ଉଦ୍ଭାବନ ସହିତ ସମଗ୍ର ଭାରତରେ ଏକ ସମୃଦ୍ଧ ଉପଭୋକ୍ତା ଆକର୍ଷଣ ପ୍ରଦର୍ଶନ କରୁଛି । ଫିଟନେସ୍ ଉତ୍ସାହୀ ଏବଂ ଫ୍ୟାସନ ପ୍ରେମୀଙ୍କଠାରୁ ଆରମ୍ଭ କରି ସର୍ବଦା ସଂଯୋଜିତ ରହିବାକୁ ଚାହୁଁଥିବା ପ୍ରଫେସନାଲଙ୍କ ପର୍ଯ୍ୟନ୍ତ ସ୍ମାର୍ଟୱାଚ୍ ଏକ ଆକର୍ଷଣୀୟ ଆକ୍ସେସରୀ ହୋଇ ରହିଛି, ଯାହା ୨୦୨୪ରେ ପରିଧାନଯୋଗ୍ୟ ଟେକ୍ ଟ୍ରେଣ୍ଡରେ ଅଗ୍ରଣୀ ରହିଛି । ଅନ୍ୟ ଲୋକପ୍ରିୟ ପସନ୍ଦ ଗୁଡ଼ିକ ହେଲା ସ୍ମାର୍ଟ ବ୍ୟାଣ୍ଡ ଏବଂ ଟିଡବ୍ଲ୍ୟୁଏସ୍ ଇୟରଫୋନ୍ ଯାହାର ଚାହିଦାରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଥିଲା ।

ଉଦୀୟମାନ ସହରଗୁଡିକର ଗ୍ରାହକମାନେ ‘ସୁରକ୍ଷିତ ଗ୍ୟାଜେଟ୍ ସପିଂ’ ପାଇଁ ବାଟ ଦେଖାଉଛନ୍ତି
୭୨% ଉପଭୋକ୍ତା ମୋବାଇଲ୍ ସୁରକ୍ଷାକୁ ପସନ୍ଦ କରୁଥିବା ଉଦୀୟମାନ ଟିୟର ୩+ ବଜାରରେ, ମୋବାଇଲ୍ ଡିଭାଇସ୍ କୁ ସୁରକ୍ଷିତ ରଖିବା କେବଳ ଏକ ବିକଳ୍ପ ହୋଇ ରହିନାହିଁ – ଏହା ଡିଭାଇସ୍ ନିବେଶ, ଗୁରୁତ୍ୱପୂର୍ଣ୍ଣ ଡାଟା ନିରାପତା ଏବଂ ଉଭୟ ଦୀର୍ଘାୟୁ ଏବଂ ପୁନଃବିକ୍ରୟ ମୂଲ୍ୟ ବୃଦ୍ଧି ପାଇଁ ଏକ ରଣନୈତିକ ଆବଶ୍ୟକତା ପାଲଟିଛି । ଭୁବନେଶ୍ୱର, କଟକ ଓ ଗୌହାଟୀ ଶୀର୍ଷ ଟିୟର-୨ ସହର ଭାବେ ଉଭା ହୋଇଥିବା ବେଳେ ଏଭଳି ଜିନିଷକୁ ଅଧିକ ପସନ୍ଦ କରିଛନ୍ତି । ଅନ୍ୟପକ୍ଷରେ ଟିୟର ୩+ ସହର ଅଗରତାଲା, ମେଦିନୀପୁର ଓ ମୁଜାଫରପୁରରେ ଗ୍ରାହକମାନେ ମୁଖ୍ୟତଃ ଦୃଢ଼ ହ୍ୟାଣ୍ଡସେଟ୍ ଏବଂ ସାଧାରଣ ମୋବାଇଲ ୍ ସୁରକ୍ଷା କେସକୁ ପସନ୍ଦ କରିଛନ୍ତି ।

ସ୍ପୋର୍ଟସ ଫିଭର ଏବଂ ଫେଷ୍ଟିଭାଲ ଫ୍ରେନସି ଦ୍ୱାରା ପରିଚାଳିତ ଟପିକାଲ ସପିଂ
ଅନେକ ଭାରତୀୟଙ୍କ ହୃଦୟରେ କ୍ରୀଡ଼ାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ଯାହା କି ଲୋକପ୍ରିୟ କ୍ରୀଡ଼ା ଇଭେଂଟ ପୂର୍ବରୁ ଏବଂ ସମୟରେ ଫ୍ଲିପକାର୍ଟରେ ସେମାନଙ୍କର ସପିଂ ଅଭ୍ୟାସ ମାଧ୍ୟମରେ ଦେଖାଯାଏ । ଦେଶବ୍ୟାପୀ ପ୍ରଶଂସକମାନେ ନିଜ ପସନ୍ଦର ଖେଳାଳିଙ୍କୁ ସମର୍ଥନ କରିବା ପଛରେ ପଡ଼ିଥିବାବେଳେ, ଟେନିସ୍ କିଟ୍ ଭଳି ଜିନିଷ ପାଇଁ ସର୍ଚ୍ଚ ବଢ଼ିଥିବା ବେଳେ କ୍ରୀଡ଼ା ସାମଗ୍ରୀ ଓ ପୁରୁଷ ଟ୍ରାକସୁଟକୁ ସବୁଠାରୁ ଅଧିକ ପସନ୍ଦ କରାଯାଇଛି ।

ଚାହିଦା ବୃଦ୍ଧିର ଅନ୍ୟ ଏକ ଦିଗ ହେଉଛି ପର୍ବପର୍ବାଣୀ । ନବରାତ୍ରୀ, ଉଗାଦି ଏବଂ ଇଦ୍‌-ଉଲ୍‌-ଫିତର ଭଳି ପର୍ବପର୍ବାଣୀରେ ପାରମ୍ପରିକ ପୋଷାକ ଏବଂ ପୂଜା ସାମଗ୍ରୀର ପ୍ରବଳ ଚାହିଦା ଦେଖିବାକୁ ମିଳିଥିଲା । ବିଶେଷ କରି ନବରାତ୍ରୀର ପର୍ବପର୍ବାଣୀ ସମୟରେ ସିନ୍ଦୁର, ହବନ ଚୌକି ଓ ଦୀପ ଆଦି ସାମଗ୍ରୀର ଚାହିଦା ବୃଦ୍ଧି ପାଇଥିଲା ।

ଏଚ୧ ୨୦୨୪ ଫ୍ଲିପ୍ ଟ୍ରେଣ୍ଡ ରିପୋର୍ଟ ବିଷୟରେ ଫ୍ଲିପକାର୍ଟର ଆନାଲିଟିକ୍ସ ଆଣ୍ଡ ଡାଟା ସାଇନ୍ସର ବରିଷ୍ଠ ଉପାଧ୍ୟକ୍ଷ ରବି ବିଜୟରାଘବନ କହିଛନ୍ତି, “ଆଜିକାଲି ଗ୍ରାହକମାନେ ସେମାନଙ୍କ ପସନ୍ଦ ପ୍ରତି ଅଧିକ ସୁଚିନ୍ତିତ ଏବଂ ସଚେତନ ଅଛନ୍ତି, ଋତୁକାଳୀନ ଏବଂ ବ୍ୟକ୍ତିଗତ ପସନ୍ଦ ପ୍ରତି ଆକର୍ଷିତ ହେଉଛନ୍ତି । ଫ୍ଲିପକାର୍ଟରେ, ଆମେ ଆମର ଫ୍ଲିପ୍ ଟ୍ରେଣ୍ଡ୍ ଏଚ୍ ୧ ୨୦୨୪ ରିପୋର୍ଟ ଉପସ୍ଥାପନ କରି ଆନନ୍ଦିତ, ଯାହା କେବଳ ଆକର୍ଷଣୀୟ ସପିଂ ଟ୍ରେଣ୍ଡକୁ ପ୍ରତିଫଳିତ କରେ ନାହିଁ ବରଂ ଇ-କମର୍ସ ପାଇଁ ଅଭିବୃଦ୍ଧି ସୁଯୋଗ ମଧ୍ୟ ପ୍ରଦର୍ଶନ କରେ । ଗ୍ରାହକ-କେନ୍ଦ୍ରୀକରଣ ପ୍ରତି ଆମର ପ୍ରତିବଦ୍ଧତା ଅତୁଟ ରହିଛି କାରଣ ଆମେ ଆମର ବିବିଧ ଗ୍ରାହକ ଭିତିଭୂମିର ବିକଶିତ ଚାହିଦାକୁ ଆକଳନ କରିବା ଏବଂ ପୂରଣ କରିବାକୁ ଚେଷ୍ଟା କରୁଛୁ । ଯେହେତୁ ଆମେ ପର୍ବପର୍ବାଣୀର ଭାବନାରେ ଅଗ୍ରସର ହେଉଛୁ, ଆମର ଧ୍ୟାନ ବିଶ୍ୱାସ, ସୁବିଧା ଏବଂ ସୁଲଭତାକୁ ପ୍ରୋତ୍ସାହିତ କରିବା ଉପରେ ରହିଛି, ଯାହା ସୁନିଶ୍ଚିତ କରୁଛି ଯେ ଫ୍ଲିପକାର୍ଟ ଗ୍ରାହକଙ୍କ ବିକଶିତ ସପିଂ ଆବଶ୍ୟକତା ପାଇଁ ଚୂଡ଼ାନ୍ତ ଗନ୍ତବ୍ୟସ୍ଥଳ ହୋଇ ରହିବ ।”

#ଫ୍ଲିପ ଟ୍ରେଣ୍ଡର ଅନୁସନ୍ଧାନରୁ ଜଣାପଡିଛି ଯେ ଉଭୟ ମେଟ୍ରୋ ଏବଂ ଟିୟର ୩+ ଅଂଚଳର ଲକ୍ଷ ଲକ୍ଷ ଗ୍ରାହକ କିପରି ଫ୍ଲିପକାର୍ଟକୁ ସେମାନଙ୍କ ପସନ୍ଦର ସପିଂ ଗନ୍ତବ୍ୟ ସ୍ଥଳ ଭାବରେ ଚୟନ କରୁଛନ୍ତି ।

Comments are closed, but trackbacks and pingbacks are open.