ଭୁବନେଶ୍ୱର: ଟାଟା ଷ୍ଟିଲ ମାଇନିଂ କର୍ମଚାରୀମାନଙ୍କ ପକ୍ଷରୁ ନିଜର ସାମାଜିକ ପ୍ରତିବଦ୍ଧତା ପୁରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏକ ଉତ୍ତମ ତଥା ସାମାଜିକ ଦାୟିତ୍ବବାନ ନାଗରିକ ଭାବେ ନିଜର କାର୍ୟ୍ୟ ଜାରି ରଖିବା ସହିତ କମ୍ପାନୀ କର୍ମଚାରୀମାନେ ଭୁବନେଶ୍ୱର ଓଲ୍ଡ ଟାଉନ୍ ସ୍ଥିତ ଡିଭାଇନ୍ ଚାଇଲ୍ଡ ସ୍କୁଲର ସ୍ୱତନ୍ତ୍ର ପିଲାମାନଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି।
ରିତ୍ୱିକ ଆଭା ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟର ଏକ ୟୁନିଟ୍ ରୂପେ ପରିଚିତ ଏହି ବିଦ୍ୟାଳୟ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ ସହିତ ନିରନ୍ତର ଭାବେ ବୃତ୍ତିଗତ, ସମ୍ବେଦନଶୀଳତା ଏକୀକରଣ ଚିକିତ୍ସା, ସ୍ପିଚ୍ ଥେରାପି ଭଳି କାର୍ୟ୍ୟକ୍ରମ କରିଆସୁଛି। ଏହା ମାଧ୍ୟମରେ ବିଦ୍ୟାଳୟ ସ୍ୱତନ୍ତ୍ର ଆବଶ୍ୟକତା ଦରକାର କରୁଥିବା ପିଲାମାନଙ୍କୁ ସମାଜର ମୁ୍ଖ୍ୟସ୍ରୋତରେ ସାମିଲ୍ କରିବା ଦିଗରେ କାର୍ୟ୍ୟ କରୁଛି।
ବିଦ୍ୟାଳୟକୁ ଥେରାପି ଉପକରଣ ପ୍ରଦାନ ସହିତ କର୍ମଚାରୀଙ୍କ ପକ୍ଷରୁ ଉକ୍ତ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ କୌତୁକିଆ ଖେଳ ଏବଂ କାର୍ୟ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା। ଏହାପରେ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଉପହାର ଓ ସ୍ନାକ୍ସ ମଧ୍ୟ ପ୍ରଦାନ କରାଯାଇଥିଲା। ପିଲାମାନେ ପ୍ରବଳ ଉତ୍ସାହର ସହିତ ଖେଳଗୁଡ଼ିକରେ ଭାଗନେବା ସହିତ ଏହାର ମଜା ଉଠାଇଥିଲେ।
ସମାଜ ପ୍ରତି ନିଜର ଅବଦାନ ସ୍ୱରୂପ କର୍ମଚାରୀଙ୍କ ଏହି ଉଦ୍ୟମକୁ ପ୍ରଶଂସା କରି ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା କହିଛନ୍ତି ଯେ, “ଆମେ ସମସ୍ତ ସମ୍ଭାବ୍ୟ ଉପାୟରେ ସମାଜ ପାଇଁ କାର୍ୟ୍ୟ କରିବାରେ ବିଶ୍ୱାସ କରୁ ଓ ସ୍ୱତନ୍ତ୍ର ଯତ୍ନ ଏବଂ ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆମ ପ୍ରୟାସ ଜାରି ରଖିଛୁ। ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆମେ ଆଗକୁ ମଧ୍ୟ ନିଜର ଉଦ୍ୟମ ଜାରି ରଖିବୁ।”
ଶ୍ରୀ ସତିଜା କର୍ମଚାରୀମାନଙ୍କ ଏହି ସ୍ୱେଚ୍ଛାସେବୀ କାର୍ୟ୍ୟକଳାପକୁ ପ୍ରଶଂସା କରିଥିଲେ। ଏହାସହିତ ଏହି କାର୍ୟ୍ୟକ୍ରମ ପିଲାମାନଙ୍କ ମନୋବଳ ବୃଦ୍ଧି କରିବା ସହିତ ସେମାନଙ୍କୁ ଜୀବନରେ ସଫଳ ହେବା ପାଇଁ ପ୍ରୋତ୍ସାହିତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.