ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଥିବା କାଉନସିଲର, କର୍ପୋରେଟର, ପୌର ପରିଷଦ ଅଧ୍ୟକ୍ଷ ଏବଂ ମହାନଗର ନିଗମ ମେୟର ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ଆୟୋଗ ବୃଦ୍ଧି କରିଛନ୍ତି
ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଆୟୁକ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଥିବା କାଉନସିଲର, କର୍ପୋରେଟର, ପୌର ପରିଷଦ ଅଧ୍ୟକ୍ଷ ଏବଂ ମହାନଗର ନିଗମ ମେୟର ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ଆୟୋଗ ବୃଦ୍ଧି କରିଛନ୍ତି । ଓଡ଼ିଶା ପୌରପାଳିକା ଆଇନ ୧୯୫୦ ଧାରା ୧୭ (କ) ଏବଂ ଓଡ଼ିଶା ମହାନଗର ନିଗମ ଆଇନ୍ ୨୦୦୩ର ଧାରା ୮୨ରେ ଦିଆଯାଇଥିବା କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାରଙ୍କ
ସହିତ ନିର୍ବାଚନ ଆଯୁକ୍ତ ବିଚାର କରିବା ପରେ ଖର୍ଚ୍ଚସୀମାକୁ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତରେ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଆଜି ଭୋଟର ତାଲିକା ପ୍ରକାଶ କରିବା ସହ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଶେଷ ହେବ ।