ନୂଆଦିଲ୍ଲୀ – ଆଧାରକାର୍ଡ୍ ସହ ଡ୍ରାଇଭିଂ ଲାଇସେନ୍ସକୁ ସଂଯୁକ୍ତ କରାଯିବ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । ଏହି ବ୍ୟବସ୍ଥା ଲାଗୁ ହେଲେ ଡ୍ରାଇଭିଂ ଲାଇସେନ୍ସର ଜାଲିଆତିକୁ ରୋକାଯାଇ ପାରିବ ବୋଲି ମନ୍ତ୍ରୀ ପ୍ରସାଦ କହିଛନ୍ତି ।
ଆଧାର ବ୍ୟବସ୍ଥାରେ ଡିଜିଟାଲ୍ ଆଇଡିଣ୍ଟିଟି ପଦ୍ଧତି ପ୍ରଚଳନ ଯୋଗୁଁ ସରକାର ୧ଲକ୍ଷ ୪୭ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ବଞ୍ଚାଇବରେ ସକ୍ଷମ ହୋଇଛନ୍ତି ବୋଲି ମନ୍ତ୍ରୀ ପ୍ରସାଦ କହିଛନ୍ତି ।