ଭିନ୍ନ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନପାଇଁ ୩୫୮ଟି କମ୍ପାନୀକୁ ୫୮୪ଟି ଉଦ୍ୟୋଗ ଲାଇସେନ୍ସ ପ୍ରଦାନ

121

ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନପାଇଁ ୩୫୮ଟି କମ୍ପାନୀକୁ ୫୮୪ଟି ଉଦ୍ୟୋଗ ଲାଇସେନ୍ସ ପ୍ରଦାନ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନପାଇଁ ୩୫୮ଟି କମ୍ପାନୀକୁ ୫୮୪ଟି ଉଦ୍ୟୋଗ ଲାଇସେନ୍ସ ପ୍ରଦାନ କରାଯାଇଛି ।

୨୦୦୧ ମସିହା ମେ ମାସଠାରୁ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରକୁ ଶତକଡ଼ା ୧୦୦ ଭାଗ ବେସରକାରୀ କ୍ଷେତ୍ର ପାଇଁ ଖୋଲି ଦିଆଯାଇଛି । ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି । ସେ କହିଛନ୍ତି, ଶିଳ୍ପ ବିକାଶ ଓ ନିୟନ୍ତ୍ରଣ ଆଇନ ଅନୁସାରେ ଦିଆଯାଉଥିବା ଶିଳ୍ପ ଲାଇସେନ୍ସର ବୈଧତା ୩ ବର୍ଷରୁ ୧୫ ବର୍ଷକୁ ବୃଦ୍ଧି କରାଯାଇଛି । ମନ୍ତ୍ରୀ କହିଛନ୍ତି, ଦେଶୀୟ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର ଗତ କିଛି ବର୍ଷ ଧରି ଅନେକ ନୀତିଗତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାଛଡ଼ା ପ୍ରତିରକ୍ଷା ସରଞ୍ଜାମର ଦେଶୀୟ ଡିଜାଇନ୍‍, ବିକାଶ ଓ ଉତ୍ପାଦନକୁ ଉତ୍ସାହିତ କରିବା ଲାଗି ଅନେକ ସଂସ୍କାର ଅଣାଯାଇଛି ।

Comments are closed, but trackbacks and pingbacks are open.