ଭୁବନେଶ୍ୱର: ଡିସିବି ସୁରକ୍ଷା ଏଫ୍ଡି ପୁଣି ଥରେ ପ୍ରତ୍ୟାବର୍ତନ କରିଛି । ଏହି ଉତ୍ସବ ଋତୁରେ ତାହା ଗ୍ରାହକମାନଙ୍କୁ ଅଧିକ ସଂଚୟ ଓ ଅଧିକ ଆୟ କରିବାର ସୁଯୋଗ ପ୍ରଦାନ କରିବ । ସୁରକ୍ଷା ଏଫ୍ଡିରେ ବ୍ୟାଙ୍କ୍ ପକ୍ଷରୁ ଗ୍ରାହକମାନଙ୍କୁ ମାଗଣାରେ ଜୀବନ ବୀମା ପ୍ରଦାନ କରାଯାଉଛି । ଡିସିବି ସୁରକ୍ଷା ଏଫ୍ଡି ହେଉଛି ଏକ ତିନି ବର୍ଷିଆ ଏଫ୍ଡି ସ୍କିମ୍ ଯାହା ଜମାକାରୀ ଓ ତାଙ୍କ ପ୍ରିୟଜନଙ୍କୁ ଉଭୟ ସଂଚୟ ଓ ସୁରକ୍ଷାର ସମିଶ୍ରଣ ପ୍ରଦାନ କରୁଛି ।
ସୁରକ୍ଷା ବୀମା ସୁବିଧା ନଥିବା ଡିସିବି ବ୍ୟାଙ୍କ୍ର ଫିକ୍ସଡ୍ ଡିପୋଜିଟ୍ ମଧ୍ୟ ବେଶ ଆକର୍ଷଣୀୟ ରହିଛି । ବ୍ୟାଙ୍କ୍ ପକ୍ଷରୁ ୭୦୦ ଦିନ କିମ୍ବା ୩ ବର୍ଷର ଫିକ୍ସଡ ଡିପୋଜିଟ୍ ଉପରେ ବାର୍ଷିକ ୭.୧୦ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି । ଏଥିରେ ବାର୍ଷିକ ୟିଲ୍ଡ ୭.୪୯ ପ୍ରତିଶତ କିମ୍ବା ୭.୮୪ ପ୍ରତିଶତ ରହିବ । ବରିଷ୍ଠ ନାଗରିକ ଗ୍ରାହକମାନେ ସମାନ ଅବଧିର ଫିକ୍ସଡ୍ ଡିପୋଜିଟ୍ ଉପରେ ୭.୬୦ ପ୍ରତିଶତ ସୁଧ ପାଇବେ । ଏଥିରେ ବାର୍ଷିକ ୟିଲ୍ଡ ୮.୦୫ ପ୍ରତିଶତ କିମ୍ବା ୮.୪୫ ପ୍ରତିଶତ
ପାଂଚ ବର୍ଷିଆ ଲମ୍ବା ଅବଧିର ଫିକ୍ସଡ୍ ଡିପୋଜିଟ୍ ଉପରେ ବାର୍ଷିକ ୭% ସୁଧ ମିଳିବ । ଏଥିରେ ବାର୍ଷିକ ୟିଲ୍ଡ (ଅମଳ) ୮.୪୩% ରହିବ । ବରିଷ୍ଠ ନାଗରିକମାନେ ୭.୫୦% ସୁଧ ପାଇବେ ଯାହା ବାର୍ଷିକ ୯.୧୪ ପ୍ରତିଶତ ୟିଲ୍ଡରେ ପରିଣତ ହେବ । ୧୦ ବର୍ଷିଆ ଫିକ୍ସଡ୍ ଡିପୋଜିଟ୍ ମଧ୍ୟ ରହିଛି ।
ଡିସିବି ସୁରକ୍ଷାରେ ଦୁଇଟି ପ୍ରମୁଖ ସୁବିଧା ରହିଛି ଯାହା ତାହାକୁ ଏକ ସ୍ମାର୍ଟ ଓ ସୁରକ୍ଷିତ ନିବେଶରେ ପରିଣତ କରିବ । ପ୍ରଥମେ ଏହା ତିନି ବର୍ଷିଆ ଜମା ଉପରେ ବାର୍ଷିକ ୭.୧୦ ପ୍ରତିଶତ ସୁଧ ପ୍ରଦାନ କରୁଛି ଏବଂ ଦ୍ୱିତୀୟରେ ଏହା ସୁରକ୍ଷା ଏଫ୍ଡିରେ ରଖାଯାଇଥିବା ଜମା ରାଶି ସହ ସମାନ କିମ୍ବା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଜୀବନ ବୀମା ମାଗଣାରେ ପ୍ରଦାନ କରୁଛି । ବୀମା ସୁବିଧା ଲାଗି ସୁରକ୍ଷା ଏଫ୍ଡି ଗ୍ରାହକମାନଙ୍କୁ କୌଣସି ପ୍ରିମିୟମ୍ ଦେବାକୁ ପଡ଼ିବନି । ସେମାନଙ୍କୁ କୌଣସି ମେଡିକାଲ୍ ପରୀକ୍ଷା ମଧ୍ୟ କରାଇବାକୁ ପଡ଼ିବନି ।
ଡିସିବି ସୁରକ୍ଷା ଏଫ୍ଡିର ବୀମା ସୁବିଧା ୧୮ ବର୍ଷରୁ ୫୫ ବର୍ଷ ବୟସ୍କ ଲୋକଙ୍କ ପାଇଁ ମିଳିବ । ପାନ୍, ନୋମିନେସନ୍ ଓ ଇମେଲ୍ ଆଇଡି ଦେଇ ସମ୍ଭାବ୍ୟ ଜମାକାରୀମାନେ ଏଫ୍ଡିରେ ନିବେଶ କରିପାରିବେ । ପ୍ରବାସୀ ଭାରତୀୟମାନେ ମଧ୍ୟ ସୁରକ୍ଷାର ଲାଭ ହାସଲ କରିପାରିବେ । ଡିସିବି ଏନ୍ଆର୍ଆଇ ସୁରକ୍ଷା ଫିକ୍ସଡ ଡିପୋଜିଟ୍ରେ ପ୍ରବାସୀ ଭାରତୀୟମାନଙ୍କୁ ଆକର୍ଷଣୀୟ ରିଟର୍ଣ୍ଣ ଓ ମାଗଣା ବୀମା ସୁବିଧା ମିଳିବ । ଏନ୍ଆର୍ଆଇ ଏବଂ ଏନ୍ଆରଓମାନଙ୍କ ପାଇଁ ମଧ୍ୟ ଡିସିବି ଏନ୍ଆର୍ଆଇ ସୁରକ୍ଷା ଫିକ୍ସଡ୍ ଡିପୋଜିଟ୍ ଉପଲବ୍ଧ ରହିଛି । ସେମାନେ ଡଲାର, ପାଉଣ୍ଡ, ୟୁରୋ, କାନାଡା ଓ ଅଷ୍ଟ୍ରେଲିଆ ଡଲାରରେ ଫିକ୍ସଡ୍ ଡିପୋଜିଟ୍ ଖାତା ଖୋଲିପାରିବେ ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.