ଏବେ ମୁହଁ ଖୋଲିବି, ଅପେକ୍ଷା କରନ୍ତୁ : ଦାମ ରାଉତ
ବିଜୁ ଜନତା ଦଳରୁ ବହିଷ୍କାର ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମ ରାଉତ । ସେ କହିଛନ୍ତି ଯ଼େ ବହିଷ୍କାର ସଂପର୍କରେ ସେ ଲିଖିତଭାବେ କିଛି ପାଇନାହାନ୍ତି । ତେବେ ପୂର୍ବରୁ ସେ ଦଳ ବିଭିନ୍ନ ପଦ ପଦବୀରୁ ଓ ମନ୍ତ୍ରୀ ପଦରୁ ବାହାରି ଯ଼ାଇଛନ୍ତି । ଏଣୁ ପ୍ରକୃତରେ ଦଳରେ ସେ ଥିଲେ ବୋଲି ଭାବୁନଥିଲେ । ଆଜି କେବଳ ତାହା ଆନୁଷ୍ଠାନିକଭାବେ ଘୋଷଣା କରାଯ଼ାଇଛି । ସେ କହିଛନ୍ତି ଯ଼େ ଦୁର୍ନିତି ବିଷୟରେ କହିବା ଅପରାଧ ନୁହେଁ । ଦଳରେ ଥିବା ବଳ ସଭାପତିଙ୍କୁ ବିରୋଧରେ ମୁହଁ ଖୋଲିନାହିଁ । କିନ୍ତୁ ଏବେ ମୁହଁ ଖୋଲିବି । ସେ ଆହୁରି ମଧ୍ଯ କହିଛନ୍ତି ଯ଼େ ବିଜୁବାବୁଙ୍କର କୌଣସି ଲୋକ ଏବେ ବିଡେଜିରେ ନାହାନ୍ତି । ଏଣୁ ନବୀନ ପଟ୍ଟନାୟକ ଯ଼େ ବିଜେଡିର ସଭାପତି ତାହା ନିଜେ ନବୀନ ବାବୁ କହିପାରିବେ କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡ. ଦାମୋଦର ରାଉତ ବୁଧବାର ବହିଷ୍କୃତ ହୋଇଛନ୍ତି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଜଗତସିଂହପୁର ଜିଲ୍ଲାର ପାରଦୀପ ବିଧାୟକ ଦାମଙ୍କୁ ବହିଷ୍କୃତ କରାଯାଇଥିବା ଜଣାପଡ଼ିଛି। ବିଜୁ ଜନତା ଦଳ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍ ଇସ୍ତାହାରରେ ଏହା ଜଣାଇଛନ୍ତି। ପୂର୍ବରୁ ଦଳରେ ରହି ଦଳ ବିରୋଧରେ ବିଷୋଦଗାର କରୁଥିବା ଯ଼ୋଗୁଁ ତାଙ୍କ ବିରୋଧରେ ଅଭିଯ଼ୋଗ ବଢିଚାଲିଥିଲା । ନିକଟରେ ସେ ସରକାରରେ ଥିବା କେତେକ ଦୁର୍ନୀତି ସଂପର୍କରେ ସେ ଗଣମାଧ୍ଯମରେ ପ୍ରକାଶ କରିଥିଲେ ।