୨୪ ଘଣ୍ଟାରେ ଆଉ ୧୧ ହଜାର ୬୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ ହଜାର ୬୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬ ହଜାର ୫୦୯ ଜଣ ଥିବାବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୫ ହଜାର ୧୧୪ ଜଣ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୯୯୮, ଅନୁଗୁଳରୁ ୮୨୩, ସୁନ୍ଦରଗଡ଼ରୁ ୬୯୯, ଯାଜପୁରରୁ ୫୬୦, ବାଲେଶ୍ୱରୁ ୫୦୮, ପୁରୀରୁ ୪୬୨, ଭଦ୍ରକରୁ ୪୬୧, ଢେଙ୍କାନାଳରୁ ୪୪୧, କଳାହାଣ୍ଡିରୁ ୩୫୨, ସମ୍ବଲପୁରରୁ ୩୪୨, ଜଗତ୍ସିଂହପୁରରୁ ୩୧୫, ନବରଙ୍ଗପୁରରୁ ୩୦୦ ଏବଂ ଷ୍ଟେଟ୍ ପୁଲ୍ରୁ ୩୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହିତ କରୋନାଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୨ ହଜାର
୫୮୪କୁ ବୃଦ୍ଧି ପାଇଛି । ଗତକାଲି ୧୧ ହଜାର ୭୬୯ ଜଣ ଆରୋଗ୍ୟଲାଭ କରିବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୯୯୩ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ ୧ ଲକ୍ଷ ୧୦ ହଜାର ୩୭୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।