ହାଇଦ୍ରାବାଦ୍ ସ୍ଥିତ ଟିକା ନିର୍ମାଣକାରୀ କମ୍ପାନୀ ବାୟୋଲୋଜିକାଲ୍ ଇ ଲିମିଟେଡ୍ କୋଭିଡ୍ ଟିକା କୋର୍ବେଭାସ୍କ୍ର ମୂଲ୍ୟ ୮୪୦ ଟଙ୍କାରୁ ୨୫୦ ଟଙ୍କାକୁ ହ୍ରାସ କରିଛି । ଏହି ମୂଲ୍ୟ ଘରୋଇ ଟିକାକରଣ କେନ୍ଦ୍ର ପାଇଁ ପ୍ରଯୁଜ୍ୟ ହେବ । ଏକ ବିଜ୍ଞପ୍ତିରେ କମ୍ପାନୀ କହିଛି, ଜି.ଏସ୍.ଟି. ଏବଂ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ସହ ଟିକାଗ୍ରହୀତାଙ୍କୁ ଏଥିପାଇଁ ୪୦୦ ଟଙ୍କା ଦେବାକୁ ପଡ଼ିବ ।
ପିଲାମାନଙ୍କ କ୍ଷେତ୍ରରେ ଅଧିକରୁ ଅଧିକ ଟିକାକରଣ ସଫଳ ଭାବେ କରିବା ପାଇଁ ଏହି ଟିକାର ମୂଲ୍ୟ କମ୍ପାନୀ ହ୍ରାସ କରିଥିବା ଜଣାଇଛି । ୫ରୁ ୧୨ ବର୍ଷ ବୟସ ବର୍ଗର ପିଲାମାନଙ୍କୁ ଏହି ଟିକା ଦିଆଯାଉଛି । ଏପର୍ଯ୍ୟନ୍ତ ସାରା ଦେଶରେ ୪୩
ମିଲିୟନ୍ରୁ ଅଧିକ ପିଲାଙ୍କୁ ଏହି ଟିକା ଦିଆଯାଇଥିବା ବେଳେ ଏହି କମ୍ପାନୀ ସରକାରଙ୍କୁ ୧୦୦ ମିଲିୟନ୍ ଡୋଜ୍ ଟିକା ପ୍ରଦାନ କରିଛି ।
Comments are closed, but trackbacks and pingbacks are open.