ସାରା ରାଜ୍ୟରେ ପ୍ରଚଣ୍ଡ ଶୀତଲହରୀ -୩୧ ତାରିଖ ପରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ

0 1,579

ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି ।

୭ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୫ଦଶମିକ୍‍ ୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନୁଗୁଳ, ବାରିପଦା, ଝାରସୁଗୁଡ଼ା, ଭବାନୀପାଟଣା, କୋରାପୁଟ, ଦାରିଙ୍ଗବାଡ଼ି ଆଦି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ଆସନ୍ତା ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ଶୀତଲହରୀ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହିତ ୩୧ ତାରିଖ ପରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସତର୍କ ସୂଚନା ଦିଆଯାଇଛି ।

ପ୍ରଚଣ୍ଡ ଶୀତଲହରୀ ଲାଗି ରହିଥିବା ଜିଲ୍ଲାଗୁଡ଼ିକରେ ବାସଗୃହ ନଥିବା ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳ ବିଶେଷ କରି ରାତ୍ରି ଆଶ୍ରୟ ସ୍ଥଳ, ବିଦ୍ୟାଳୟ କୋଠା, କମୁନିଟି ବିଲ୍ଡିଂକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply