ପଇଡ ପାଣି ସହ ମହୁ ପିଇବାର ଫାଇଦା ବୟସ କମ୍‌ ଦିଶିବା, କିଡନୀ ଷ୍ଟୋନ୍‌ ଓ କୋଷ୍ଠ ବଦ୍ଧତା ଭଲ କରିଥାଏ

ପଇଡ ପାଣି ସହ ମହୁ ପିଇବାର ଫାଇଦା ବୟସ କମ୍‌ ଦିଶିବା, କିଡନୀ ଷ୍ଟୋନ୍‌ ଓ କୋଷ୍ଠ ବଦ୍ଧତା ଭଲ କରିଥାଏ

0 844

ପଇଡା ପାଣିକୁ ଅତି ସ୍ୱାସ୍ଥ୍ୟକର ବୋଲି କୁହାଯାଇଥାଏ ।  ଖରାଦିନେ ପଇଡ ପାଣି ପିଇଲେ ଅତି ଭଲ । ଅନେକ ରୋଗକୁ ଏହା ବଲ କରିଦେଇଥାଏ । ମାତ୍ର ପଇଡରେ ଅଳ୍ପ ପରିମାଣର ମହୁ ମିଶାଇ ପିଇଲେ ଭଲ ।

ଶରୀରେ ବୟସରେ ଛାପ ଦେଖା ଗଲେ ପଇଡା ପାଣି ସହ ଅଳ୍ପ ପରିମାଣରେ ମହୁ ମିଶାଇ ପିଇବା ଭଲ । ଏହା ଚମଡା କୁଞ୍ଚିତ ହେବା ବା ଧୁଡୁ ଧୁଡୁ ହେବା ମୁହଁରେ ଗାର ପଡିବା .ଚୁଟି ଧଳା ହେବା ଆଦିକୁ କମ୍‌ କରିଥାଏ । ଏହା ସହ ଶରୀରରେ କୋଷ ଗୁଡିକୁ ଭଲ ରଖିଥାଏ ।

ପଇଡରେ ମହୁ ମିଶାଇ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଆଣ୍ଟି ଅକ୍ସିଡେଣ୍ଟର ମାତ୍ର ବୃଦ୍ଧି ପାଇଥାଏ ।

ଏହା ଶରୀରରେ ଶକ୍ତି ବୃଦ୍ଧି କରିଥାଏ । ଚା ଓ କଫି ପିଇବା ଦରକାର ନାହିଁ ଯଦି ଆପଣ ସ୍ପର୍ତ୍ତି ଅନୁଭବ କରିବାକୁ ଚାହୁଁଛନ୍ତି ତେବେ  ପଇଡ ପାଣିରେ ମହୁ ମିଶାଇ ପିଅନ୍ତୁ ।

ଶରୀରରେ ହଜନ ଶକ୍ତି ବୃଦ୍ଧି କରିଥାଏ । ଏହା ସହ ଶର୍କରା ମାତ୍ରା କମ କରିବାରୁ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଭଲ । ଏହା କିଡ୍‌ନୀ ଷ୍ଟୋନକୁ ଭଲ କରିବା ସହ କୋଷ୍ଠବଦ୍ଧତା ବ ଝାଡା ନହେବାକୁ ଭଲ କରି ପେଟ ସଫା ରଖେ ।

Leave A Reply