ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ସମ୍ମିଳନୀରେ ଯୋଗଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ସୂଚନା ପ୍ରଦାନ କରିବେ । ୬ ବର୍ଷ ବ୍ୟବଧାନରେ ହେଉଥିବା ଏହି ସମ୍ମିଳନୀରେ ନ୍ୟାୟପାଳିକା ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ । ସେହିପରି ଖାଲିପଡୁଥିବା ବିଚାରପତି ପଦ, ବିଭିନ୍ନ ଅଦାଲତ ଉପରେ ରହୁଥିବା ମାମଲାର ବୋଝ ହ୍ରାସ କରିବା, ନ୍ୟାୟିକ ସହାୟତା ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗରେ ସମ୍ମିଳନୀରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ ରହଣି ଅବସରରେ ମୁଖ୍ୟମନ୍ତ୍ରୀ ଆସନ୍ତା ୨ ତାରିଖରେ କେନ୍ଦ୍ର ସରକାରଙ୍କ ନିକଟରେ ଅଟକି ରହିଥିବା ରାଜ୍ୟ ସ୍ୱାର୍ଥ ସମ୍ପର୍କ ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।
Comments are closed, but trackbacks and pingbacks are open.