ଏଣିକି ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକୁ ସ୍ୱତନ୍ତ୍ର ସ୍ୱଚ୍ଛତା ପୁରସ୍କାର

0 923

ଭୁବନେଶ୍ୱର – ଏଣିକି ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକୁ ସ୍ୱତନ୍ତ୍ର ସ୍ୱଚ୍ଛତା ପୁରସ୍କାର ପ୍ରଦାନ କରାଯିବ । ଏ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କହିଛନ୍ତି, ଏଥିପାଇଁ ବିଦ୍ୟାଳୟଗୁଡ଼ିକ ଏଣ୍ଡ୍ରଏଡ୍‍ ଆପ୍‍ ମାଧ୍ୟମରେ ଅନ୍‍ଲାଇନ୍‍ରେ ଆବେଦନ କରିପାରିବେ । ବିଭିନ୍ନ ବିଦ୍ୟାଳୟଗୁଡ଼ିକୁ ବ୍ଲକ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ପୁରସ୍କୃତ କରାଯିବ ।

ତେବେ ସ୍ୱଚ୍ଛତା ରକ୍ଷା ଦିଗରେ ଉତ୍ତମ ପ୍ରଦର୍ଶନ କରୁଥିବା ବିଦ୍ୟାଳୟଗୁଡ଼ିକୁ ବ୍ଲକସ୍ତରରେ ୨ହଜାର ଟଙ୍କା, ଜିଲ୍ଲାସ୍ତରରେ ୫ ହଜାର ଟଙ୍କା ଏବଂ ରାଜ୍ୟ ସ୍ତରରେ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏଥିପାଇଁ ବିଦ୍ୟାଳୟଗୁଡ଼ିକ ପକ୍ଷରୁ ଆସନ୍ତା ଅକ୍ଟୋବର ୧୪ ତାରିଖ ମଧ୍ୟରେ ଆବେଦନ କରାଯାଇ ପାରିବ ଏବଂ ନଭେମ୍ବର ମାସରେ ପୁରସ୍କାର ବିତରଣ କରାଯିବ ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି ।

Leave A Reply