ସିଟି ଗ୍ୟାସ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ କାର୍ଯ୍ୟକାରୀ ହେବ

0 598

ନୂଆଦିଲ୍ଲୀ : ଆସନ୍ତା ୨-୩ ବର୍ଷ ମଧ୍ୟରେ  ଦେଶର ୪୦୦ ଟି ଜିଲ୍ଲାରେ ସିଟି ଗ୍ୟାସ ବିତରଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ଓ ଏହି ସମୟ ସୁଦ୍ଧା ସିଏନଜି ଷ୍ଟେସନ ସଂଖ୍ୟା ୧୦ ହଜାରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସିଟି ଗ୍ୟାସ ବିତରଣ ଓ ସିଏନଜି ଦ୍ୱାରା ଦେଶରେ ପ୍ରଦୂଷଣ କମିବ ବୋଲି ସେ କହିଛନ୍ତି  ।  ଆଜି ନୂଆଦିଲ୍ଲୀଠାରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ ଅବସରରେ  ପ୍ରଧାନମନ୍ତ୍ରୀ ଏକଥା କହିଛନ୍ତି । ନବମ ଏବଂ ଦଶମ ସିଟି ଗ୍ୟାସ ବିତରଣ ପ୍ରକଳ୍ପ ଅଧୀନରେ ଓଡ଼ିଶାର ୭ଟି ଭୌଗଳିକ କ୍ଷେତ୍ର ସମେତ ଦେଶର ମୋଟ ୬୩ଟି ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ ଓ ବିଡିଂ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥି ମଧ୍ୟରେ ଓଡ଼ିଶାର ସାତଟି ପ୍ରକଳ୍ପ ରହିଛି  । ସେଗୁଡିକ ହେଲା – (୧) ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା, (୧)ଯାଜପୁର ଏବଂ କେନ୍ଦୁଝର, (୩)ଅନୁଗୁଳ ଏବଂ ଢେଙ୍କାନାଳ, (୪)ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ, (୫)ବରଗଡ଼, ଦେବଗଡ଼ ଏବଂ ସମ୍ବଲପୁର, (୬)ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ଓ (୭)ଜଗତିସଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା  ।

Leave A Reply