ସିଟ୍ରୋନ ପକ୍ଷରୁ ନେଟୱର୍କ ଏକ୍ସପାନଶନ ପ୍ରୋଗ୍ରାମ ଉନ୍ମୋଚନ
ଭୁବନେଶ୍ୱର: ଅଗ୍ରଣୀ ଫ୍ରେଂଚ୍ ଅଟୋମେକର୍ ସିଟ୍ରୋନ୍ ୨୦୨୪ ଶେଷ ସୁଦ୍ଧା ୨୦୦ ସେଲ୍ସ ଓ ସର୍ଭିସ୍ ଟଚ୍ପଏଂଟ୍ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଥିବା ଏହାର ନେଟ୍ୱର୍କ ଏକ୍ସପାନ୍ଶନ ପ୍ରୋଗ୍ରାମର ଉନ୍ମୋଚନ କରିଛି । ଏହି ପରିବର୍ତନଶୀଳ ଅଭିଯାନ ଦେଶବ୍ୟାପୀ ଗ୍ରାହକଙ୍କ ପାଇଁ ଅତୁଳନୀୟ ସିଟ୍ରୋନ ବ୍ରାଣ୍ଡ ଅନୁଭୂତି ପ୍ରଦାନ କରିବା ଲାଗି ବ୍ରାଣ୍ଡର ଉତ୍ସର୍ଗୀକୃତତାକୁ ରେଖାଙ୍କିତ କରିଛି । ସହରାଂଚଳ, ଅର୍ଦ୍ଧସହରାଂଚଳ ଓ ଗ୍ରାମାଂଚଳ ବଜାରଗୁଡିକରେ ନୂଆ ଡିଲରସିପ୍ର ଯୋଗ ଦ୍ୱାରା ଭାରତରେ ସିଟ୍ରୋନ୍ର ଉପସ୍ଥିତି ବର୍ତମାନର ୫୮ଟି ସହରରୁ ୨୦୦ରୁ ଅଧିକକୁ ବୃଦ୍ଧି ପାଇବ । ଯାହାକି ନେଟ୍ୱର୍କରେ ୪୦୦% ଅଭିବୃଦ୍ଧି ଅଟେ । ଏହି ସ୍ୱତନ୍ତ୍ର ଭାବେ ପରିକଳ୍ପିତ ସମ୍ପ୍ରସାରଣ ଯୋଜନା ଗ୍ରାହକଙ୍କ ନିକଟରେ ଏକ ବର୍ଦ୍ଧିତ ଉପସ୍ଥିତି ସୃଷ୍ଟି କରିବା ଏବଂ ବିଭିନ୍ନ ପ୍ରକାରର ବଜାର ପାଇଁ ନିର୍ମିତ ଅଭିନବ ସ୍ମାର୍ଟ ରିଟେଲ ଫର୍ମାଟ୍ଗୁଡିକ ସହ ଅତୁଳନୀୟ ସିଟ୍ରୋନ ବ୍ରାଣ୍ଡ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ନେଟ୍ୱର୍କ ସମ୍ପ୍ରସାରଣ ସମ୍ପର୍କରେ ସିଟ୍ରୋନ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ଶିଶିର ମିଶ୍ର କହିଛନ୍ତି, “ଆମେ ସିଟ୍ରୋନ୍କୁ ବହୁମାତ୍ରାରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଇବାକୁ ଏବଂ ଟିୟର ୧ ଓ ୨ ସହର ବାହାରେ ଆମର ଉତ୍ପାଦଗୁଡିକର କ୍ଷମତାକୁ ବିସ୍ତାର କରିବା ପାଇଁ ଚାହୁଁଛୁ । ଟିୟର ୩ ଓ ଟିୟର ୪ ସହରଗୁଡିକୁ ଆମର ଧ୍ୟାନ ବିସ୍ତାର ହୋଇଛି, ଟିୟର ୧ ଓ ଟିୟର ୨ ସହରଗୁଡିକ ପାଇଁ ସେମାନଙ୍କର ନିକଟତା ଏବଂ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ପାଇଁ ସେମାନଙ୍କର କ୍ଷମତାକୁ ରଣନୈତିକ ଭାବେ ଚୟନ କରାଯାଇଛି । ଏହି ବଜାରଗୁଡିକରେ ଗୁଣାତ୍ମକ ଉତ୍ପାଦ ଓ ସେବାଗୁଡିକ ପାଇଁ ଉନ୍ନତ ଉପଲବ୍ଧତା ପାଇଁ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ଅଂଚଳଗୁଡିକରେ ନିବେଶ କରି ଆମେ କେବଳ ଉଦୀୟମାନ ସୁଯୋଗଗୁଡିକୁ କ୍ୟାପ୍ଚର କରିବାକୁ ଲକ୍ଷ୍ୟ ରଖିନାହୁଁ ବରଂ କ୍ଷୁଦ୍ର ସହରାଂଚଳ କେନ୍ଦ୍ରଗୁଡିକର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ ଦେବା, ବିବିଧ ଭୌଗୋଳିକ ପରିଦୃଶ୍ୟରେ ସମୃଦ୍ଧତା ଓ ଅନ୍ତର୍ଭୁକ୍ତିକରଣ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛୁ ।”
ଚଳିତ ବର୍ଷ ଆରମ୍ଭରେ ଷ୍ଟେଲାନ୍ଟିସ୍ ଏହାର ସିଟ୍ରୋନ୍ ବ୍ରାଣ୍ଡ ଅଧିନରେ ୨୦୦୦ କୋଟି ଟଙ୍କାର ଅତିରିକ୍ତ ନିବେଶ ସହିତ ଭାରତ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ କରିଛି, ଯାହା ଭାରତରେ ସିଟ୍ରୋନର ଅଭିବୃଦ୍ଧି ପ୍ରତି କମ୍ପାନୀର ଉତ୍ସର୍ଗୀକୃତତାକୁ ସୂଚିତ କରୁଛି । ସିଟ୍ରୋନ୍ ସମ୍ପ୍ରସାରଣ ଓ ଉଦ୍ଭାବନ ଜାରି ରଖିଥିବାରୁ ଏହି ବ୍ରାଣ୍ଡ ପରିବର୍ତନ ଓ ଗ୍ରାହକଙ୍କ ନିକଟରେ ପହଂଚକୁ ଜାରି ରଖିବା , ନିଜର ଉତ୍ପାଦ ଓ ସେବାଗୁଡିକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରିବା ପ୍ରତି ଏହାର ଲକ୍ଷ୍ୟରେ ସ୍ଥିର ରହିଛି ।
Comments are closed, but trackbacks and pingbacks are open.