ସିଆଇଏସ୍‌ସିଇ ନ୍ୟାଶନାଲ ଗେମ୍‌ସ ଆଣ୍ଡ ସ୍ପୋର୍ଟସ୍‌-୨୦୨୩ ଫୁଟ୍‌ବଲ ଟୁର୍ଣ୍ଣାମେଂଟ୍ ଉଦ୍‌ଘାଟିତ

85

ଭୁବନେଶ୍ୱର : ସିଆଇଏସ୍‌ସିଇ ନ୍ୟାଶନାଲ ଗେମ୍‌ସ ଆଣ୍ଡ ସ୍ପୋର୍ଟସ୍‌-୨୦୨୩, ଅଣ୍ଡର୍‌-୧୯ ବାଳକ ଫୁଟ୍‌ବଲ୍ ଟୁର୍ଣ୍ଣାମେଂଟ୍ ଆଜି ଏକ ଉଦ୍‌ଘାଟନୀ ଉତ୍ସବ ସହିତ ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବକୁ ଆୟୋଜକ ବିଦ୍ୟାଳୟ ରୁଚିକା ହାଇସ୍କୁଲର ପ୍ରିନ୍ସିପାଲ ଶ୍ରୀମତି ଲୀନା ଖୁରାନା ଏବଂ ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ଗୁର୍‌ପ୍ରିତ୍ ସିଂହ ଖୁରାନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି ସମାରୋହରେ ସିଆଇଏସ୍‌ସିଇ ଅବ୍‌ଜର୍‌ଭର୍ ଶ୍ରୀମତି ଅଭିରା ଦାସ, ଆଂଚଳିକ କ୍ରୀଡା ନିର୍ଦ୍ଦେଶକ ପି.ସେଲ୍‌ଭି ଏବଂ ଭେଙ୍କଟେଶ୍ୱର ଇଂଲିଶ୍ ମିଡିୟମ ସ୍କୁଲ୍‌ର ଅଧ୍ୟକ୍ଷ ସୂର୍ଯ୍ୟ ପ୍ରକାଶ ପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଜୋନାଲ ସ୍ପୋର୍ଟସ୍ କୋର୍ଡିନେଟର ସିନିୟର ଡୋରେଟ୍ ଓ ସିନିୟର ଜେସେଲିଆ, ଓଡିଶା ରିଜିଓନାଲ ସ୍ପୋର୍ଟସ୍‌ର ସବ୍ କମିଟି ମେମ୍ବର ବ୍ରଦର୍ ଥୋମାସ୍ ଜନ୍ ଏବଂ ମ୍ୟାଚ୍ କମିଶ୍‌ନର ଦୂର୍ଗା ମାଧବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସିଆଇଏସ୍‌ସିଇ ଅବ୍‌ଜର୍‌ଭର୍ ଟୁର୍ଣ୍ଣାମେଂଟ୍‌ର ଶୁଭାରମ୍ଭ ଘୋଷଣା କରିଥିଲେ । ଟୁର୍ଣ୍ଣାମେଂଟ୍ ଆରମ୍ଭରେ ଓଡିଶୀ ନୃତ୍ୟ ଓ ପାରମ୍ପରିକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ରୁଚିକା ସ୍କୁଲ୍‌ର ପ୍ରିନ୍ସିପାଲ ଲୀନା ଖୁରାନା ଉପସ୍ଥିତ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିବା ବେଳେ ନିର୍ଦ୍ଦେଶକ ଗୁର୍‌ପ୍ରିତ ସିଂହ ଖୁରାନା ଅତିଥିମାନଙ୍କୁ ସମ୍ମାନିତ କରିଥିଲେ ।

ଆଜିର ଫୁଟ୍‌ବଲ ଟୁର୍ଣ୍ଣାମେଂଟ୍‌ର ପ୍ରଥମ ମ୍ୟାଚ୍ କର୍ଣ୍ଣାଟକ ବନାମ ମହାରାଷ୍ଟ୍ର ମଧ୍ୟରେ ହୋଇଥିବା ବେଳେ ଏହା ଡ୍ର’ ରହିଥିଲା । ୨ୟ ମ୍ୟାଚ୍ ପଶ୍ଚିମ ବଙ୍ଗ ବନାମ ଛତିଶଗଡ ମଧ୍ୟରେ ହୋଇଥିବା ବେଳେ ସ୍କୋର ୧/୦ ରହିଥିଲା ଓ ପଶ୍ଚିମ ବଙ୍ଗ ବିଜୟୀ ହୋଇଥିଲା । ୩ୟ ମ୍ୟାଚ୍ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ବନାମ ତାମିଲ୍‌ନାଡୁ ମଧ୍ୟରେ (ସ୍କୋର୍ ୧୦/୦) ହୋଇଥିବା ବେଳେ ତାମିଲନାଡୁ ବିଜୟୀ ହୋଇଥିଲା । ସେହିପରି ୪ର୍ଥ ମ୍ୟାଚ୍ ଉତର ଭାରତ ବନାମ ୟୁଏଇ ମଧ୍ୟରେ ଥିଲା । ଏହାର ସ୍କୋର ୨/୦ ଥିବା ବେଳେ ଉତର ଭାରତ ବିଜୟୀ ହୋଇଛି । ତେବେ ଉତରପ୍ରଦେଶ ଓ ଉତରାଖଣ୍ଡ ମଧ୍ୟରେ ହୋଇଥିବା ୫ମ ମ୍ୟାଚ୍ ଡ୍ର’ ରହିଥିଲା । ଏହି ସମସ୍ତ ମ୍ୟାଚ୍‌ଗୁଡିକ ଭୁବନେଶ୍ୱରର ୟୁନିଟ୍‌-୧ସ୍ଥିତ ଭୁବନେଶ୍ୱର ଫୁଟ୍‌ବଲ ଏକାଡେମୀରେ ଖେଳାଯାଇଥିଲା । ଟୁର୍ଣ୍ଣାମେଂଟ୍ ସମୟରେ ଆୟୋଜକ ବିଦ୍ୟାଳୟର ପ୍ରିନ୍ସିପାଲ, ନିର୍ଦ୍ଦେଶକ ଓ ସମ୍ମାନିତ ଅତିଥିମାନେ ସିଆଇଏସ୍‌ସିଇର ପତାକା ଉତୋଳନ କରିଥିଲେ । ସିନିୟର ଜେସେଲିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.