ଭୁବନେଶ୍ୱର : କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ‘ଓଡ଼ିଶା ମାଇନିଂ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୱିପମେଂଟ ଏକ୍ସପୋ\’ (ଓଏମସିଇ)୨୦୨୬ ର ପ୍ରଥମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି, ଯାହାକି ପୂର୍ବ ଭାରତରେ ଖଣି ଏବଂ ନିର୍ମାଣ ଉପକରଣ କ୍ଷେତ୍ର ପାଇଁ ଏକ ଉତ୍ସର୍ଗୀକୃତ ଶିଳ୍ପ ମଂଚ । ଏହି ତିନି ଦିନିଆ କାର୍ଯ୍ୟକ୍ରମ ୧୯ ରୁ ୨୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆଠାରେ ଅନୁଷ୍ଠିତ ହେବ । ଖଣି ଏବଂ ଭିତିଭୂମି ବ୍ୟବସ୍ଥାକୁ ରୂପାନ୍ତରିତ କରୁଥିବା ଅତ୍ୟାଧୁନିକ ଉଦ୍ଭାବନ ତଥା ବୈଷୟିକ ପ୍ରଗତିକୁ ପ୍ରଦର୍ଶନ କରିବା ପାଇଁ ଅଗ୍ରଣୀ ନିର୍ମାତା, ପ୍ରଯୁକ୍ତିବିଦ୍ୟା ଯୋଗାଣକାରୀ, ଠିକାଦାର, ଭିତିଭୂମି ବିକାଶକାରୀ, ନୀତି ନିର୍ଦ୍ଧାରକ ଏବଂ ପ୍ରମୁଖ ଶିଳ୍ପ ହିତାଧିକାରୀମାନଙ୍କୁ ଗୋଟିଏ ମଂଚରେ ଏକାଠି କରିବା ହେଉଛି ଓଏମସିଇ ୨୦୨୬ ର ମୂଳ ଲକ୍ଷ୍ୟ ।

ଆୟୋଜକ ରାଜ୍ୟ ଭାବରେ ଓଡ଼ିଶା ସରକାରଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ‘ଇଣ୍ଡିଆନ କନଷ୍ଟ୍ରକ୍ସନ ଇକ୍ୱିପମେଂଟ ମାନୁଫ୍ୟାକ୍ଚରର୍ସ ଆସୋସିଏସନ୍\’ (ଆଇସିଇଏମଏ) ଏହାର ସେକ୍ଟର ପାର୍ଟନର ରହିଛି । ‘ଇଷ୍ଟର୍ଣ୍ଣ ଜୋନ ମାଇନିଂ ଆସୋସିଏସନ୍\’, ‘ମାଇନିଂ ଇଞ୍ଜିନିୟର୍ସ ଆସୋସିଏସନ ଅଫ ଇଣ୍ଡିଆ\’, ‘ବିଲ୍ଡର୍ସ ଆସୋସିଏସନ୍ ଅଫ ଇଣ୍ଡିଆ\’ ଏବଂ ସିଆଇଆଇ (ସିଆଇଆଇ) ର ‘ମାଇନିଂ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୱିପମେଂଟ ଡିଭିଜନ\’ ସମେତ ବିଭିନ୍ନ ପ୍ରମୁଖ ଶିଳ୍ପ ସଂସ୍ଥା ମଧ୍ୟ ଏହି ଏକ୍ସପୋକୁ ସହଯୋଗ କରୁଛନ୍ତି । ଏଥି ସହିତ ‘ଓଡ଼ିଶା ମେଟାଲ୍ ଏକ୍ସପୋ ୨୦୨୬\’ ମଧ୍ୟ ଓଏମସିଇ ୨୦୨୬ ସହିତ ଏକ ସହ-ପ୍ରଦର୍ଶନୀ ଭାବରେ ଆୟୋଜିତ ହେବ ।
ଓଏମସିଇ ୨୦୨୬ ରେ ବିଶ୍ୱସ୍ତରୀୟ ତଥା ଭାରତୀୟ ଉପକରଣ ନିର୍ମାତାମାନଙ୍କର ଏକ ଚିତାକର୍ଷକ ସମାବେଶ ଦେଖିବାକୁ ମିଳିବ । କ୍ୟାଟରପିଲାର, ଜେସିବି, ଟାଟା ହିଟାଚି କନଷ୍ଟ୍ରକ୍ସନ୍ ମେସିନାରୀ, ସାନି, ଏକ୍ସସିଏମଜି, କୋବେଲକୋ କନଷ୍ଟ୍ରକ୍ସନ୍ ମେସିନାରୀ, ହୁଣ୍ଡାଇ କନଷ୍ଟ୍ରକ୍ସନ୍ ଇକ୍ୱିପମେଂଟ, ସାଣ୍ଡଭିକ, ୱିର୍ଟଗେନ୍ ଗ୍ରୁପ୍, ପୁଜୋଲାନା, ପ୍ରୋପେଲ୍ ଇଣ୍ଡଷ୍ଟ୍ରିଜ୍, କେସ୍ କନଷ୍ଟ୍ରକ୍ସନ୍ ଇକ୍ୱିପମେଂଟ, ଏସକର୍ଟସ୍ କୁବୋଟା, କନମାଟ୍ ସିଷ୍ଟମ୍ସ, ଆଜାକ୍ସ, ଡାଇନାପାକ୍, ଜେଏସଡବ୍ଲ୍ୟୁ ଗ୍ରୁପ, ହେଲଷ୍ଟୋନ ଇନୋଭେସନ୍ସ ଆଦି ଅଗ୍ରଣୀ ଶିଳ୍ପ ସଂସ୍ଥାଗୁଡ଼ିକ ଏଥିରେ ଭାଗ ନେବେ ଏବଂ ବୃହତ୍ ଉପକରଣ ପ୍ରଦର୍ଶନ ତଥା ଲାଇଭ ଡେମୋନଷ୍ଟ୍ରେସନ କରିବେ ।

ଏହି ଏକ୍ସପୋରେ ୧୫୦ରୁ ଅଧିକ ପ୍ରଦର୍ଶକ ଭାଗ ନେବେ ଏବଂ ଖଣି, ନିର୍ମାଣ, ଭିତିଭୂମି ତଥା ଉପକରଣ ନିର୍ମାଣ କ୍ଷେତ୍ରରୁ ୧୦,୦୦୦ ରୁ ଅଧିକ ବ୍ୟବସାୟିକ ଦର୍ଶକ ଏଥିରେ ସାମିଲ ହେବାର ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ବି୨ବି ଏବଂ ବି୨ଜି ବୈଠକର ସୁବିଧା ମଧ୍ୟ ଉପଲବ୍ଧ ହେବ, ଯାହାକି ପାରସ୍ପରିକ ଯୋଗାଯୋଗ, ସହଭାଗୀତା ଏବଂ ବ୍ୟବସାୟିକ ସହଯୋଗ ପାଇଁ ବହୁମୂଲ୍ୟ ସୁଯୋଗ ସୃଷ୍ଟି କରିବ । ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଓଏମସିଇ ୨୦୨୬ ଏକ ରଣନୀତିକ ମଂଚ ଭାବରେ ମଧ୍ୟ କାର୍ଯ୍ୟ କରିବ, ଯାହାକି ନୀତି ନିର୍ଦ୍ଧାରକ, ଶିଳ୍ପ ଜଗତର ନେତୃବୃନ୍ଦ, ଠିକାଦାର ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣକାରୀଙ୍କ ମଧ୍ୟରେ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବ ।
Comments are closed, but trackbacks and pingbacks are open.