ଓଡ଼ିଆ ରାମାୟଣର ରଚୟିତା ବଳରାମ ଦାସ ତିନି ମୂର୍ତ୍ତିଙ୍କ ତତ୍ୱକୁ ଶରୀର ତତ୍ୱ ସହ ତୁଳାନା କରିଛନ୍ତି ।
ଡୋଳାଭିତରେ ଧଳା ଯେହୁଁ । ବଳଭଦ୍ର ଅଟେ ସେହୁ ॥
ତଥି ଉପରେ କଳା ଯେହୁଁ । ସୁଭଦ୍ରା ଅଟେ ସେହୁ ॥
ତହିଁରେ ପିତୁଳାଯେ ଜାଣ । ଶ୍ରୀ ଜଗନ୍ନାଥ ତାକୁ ଚିହ୍ନ ॥
ଶରୀର ନୟନରେ ତ୍ରିମୂର୍ତ୍ତୀଙ୍କର ବର୍ଣ୍ଣନା ଏଠାରେ କରାଯାଇଛି ।
ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚାରି ବେଦ ସହ ମଧ୍ୟ ତୁଳନା କରାଯାଇଛି । ବଳଭଦ୍ର ସୁଭଦ୍ରା , ଜଗନ୍ନାଥ ଓ ସୁଦର୍ଶନଙ୍କ ଏହି ଚାରି ମୂର୍ତ୍ତି ଚାରି ବେଦ ବୋଲି ବଳରାମ ଦାସ କହିଛନ୍ତି । ବଳଭଦ୍ରଙ୍କୁ ସାମ୍ ବେଦ, ସୁଭଦ୍ରାଙ୍କୁ ଋକ୍ ବେଦ ,ଜଗନ୍ନାଥଙ୍କୁ ଯଜୁର୍ବେଦ , ସୁଦର୍ଶନଙ୍କୁ ଅଥର୍ବ ବେଦ ସହ ତୁଳନା କରାଯାଇଛି ।
ବଳଭଦ୍ର ଯେ ସାମ ହୋଇ । ଋକ ସୁଭଦ୍ରା ଅଟଇ ॥
ଯଜୁର୍ବେଦ ଶ୍ରୀ ଜଗନ୍ନାଥ । ଅଥର୍ବ ସୁଦର୍ଶନ ପାର୍ଥ ॥
ଚାରି ବେଦ ସହ ଚତୁର୍ଦ୍ଧା ବେଦ ସହ ତୁଳନା କରାଯାଇଛି ।
ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ୱ ପୁସ୍ତକ , ଲେଖକ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ପୃଷ୍ଟା ୯୭