ନୂଆଦିଲ୍ଲୀ – କରୋନା ସଙ୍କଟ ଓ ଲକ୍ ଡାଉନ୍ ଯୋଗୁଁ କେନ୍ଦ୍ର ସରକାର ଏବେ କର୍ମଚାରୀମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା ଆସନ୍ତା ବର୍ଷ ପର୍ଯ୍ୟନ୍ତ ନ ଦେବାପାଇଁ ଠିକ୍ କରିଛନ୍ତି । ଏହା ସହ ସେମାନଙ୍କର ଗୋଟିଏ ଦିନର ଦରମା ପିଏମ୍ କେୟାର୍ସ ଫଣ୍ଡକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହାପରେ ଆର୍ଥକ ମାନ୍ଦାବସ୍ଥା ଓ କରୋନା ସଙ୍କଟକୁ ଟାଳିବା ପାଇଁ ଅନ୍ୟ ଭତ୍ତା ବନ୍ଦ କରିବାପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ପାରନ୍ତି ବୋଲି ସୂଚନା ମିଳିଛି । ଅର୍ଥ ମନ୍ତ୍ରାଳୟ ଏବେ ଅନ୍ୟ ଖର୍ଚ୍ଚ କାଟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପେ କର୍ମଚାରୀମାନଙ୍କର ଏଲ୍ଟିସି, ଲିଭ୍ ଏନ୍କ୍ୟାଶମେଣ୍ଟ , ମେଡିକାଲ୍ ବିଲ୍ ଓ ପୁରୁଣା ବକେୟା ରହିଛି ।
ଅର୍ଥମନ୍ତ୍ରାଳୟ ଏପ୍ରିଲ ଆଠ ତାରିଖରେ କର୍ମଚାରୀମାନଙ୍କର ତିନୋଟି ଶ୍ରେଣୀ ଗଠନ କରି ଖର୍ଚ୍ଚ ସୀମା ବିଷୟରେ ନିଷ୍ପତ୍ତି ଗ୍ରହଣ କରି ସାରିଛନ୍ତି ।
କେତକ ଜରୁରୀ ବିଭାଗ ପୂର୍ବ ପରି ନିଜର ରାଶି ଖର୍ଚ୍ଚ କରିପାରିବେ । ଅନ୍ୟ ବିଭାଗମାନେ ପାଣ୍ଠିକୁ ଦେଖି ଚାହିଁ ଖର୍ଚ୍ଚ କରିବା ପାଇଁ କୁହାଯାଇଛି । ଅନ୍ୟ ବିଭାଗମାନେ କେବଳ ୨୭ ପ୍ରତିଶତ ପାଣ୍ଠି ବିନିଯୋଗ କରିପାରିବେ ବୋଲି କୁହାଯାଇଛି ।
ଆସନ୍ତ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର କେତକ ବିଭାଗର ଖର୍ଚ୍ଚ କାଟ ବିଷୟରେ ଘୋଷଣା କରିବେ । ପ୍ରଥମ ତିନି ମାସ ମଧ୍ୟରେ ଏହି ବିଭାଗ ଗୁଡିକ ମାତ୍ର ୧୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିବେ । ଉର୍ବରକ, ଗୃହ, ଡାକ, ସୁରକ୍ଷା, ପେନସନ୍, ବିଦେଶ, ରାଜସ୍ୱ, ପେଟ୍ରୋଲିୟମ, ସଡକ ପରିବହନ, ୨୦ ପ୍ରତିଶତ ଖର୍ଚ୍ଚ କରିପାରିବେ ।
ଆୟୁଷ, ଔଷଦ, ସ୍ୱାସ୍ଥ୍ୟ, କୃଷି କଲ୍ୟାଣ, ରେଳ, ବିମାନ ଚଳାଚଳ, ଉପଭୋକ୍ତା ,ଗ୍ରାମୀଣ ବିକାଶ ଓ ଟେକ୍ସଟାଇଲ୍ ବିଭାଗ ଉପରେ କୌଣସି କଟକଣା ନାହିଁ ।