ମାସ୍କ ବ୍ୟବହାର କଲେ ଭଲ ମାତ୍ର କରୋନା ଭାଇରସ୍ ବ୍ୟାକ୍ଟେରିଆଠାରୁ ସାନା। ଏହା ମାସ୍କରେ ଥିବା ଛିଦ୍ର ମଧ୍ୟ ଦେଇ ଯିବାର ସମ୍ଭାବନା ଅଛି । ତେଣୁ ମାସ୍କ ବ୍ୟବହାର କରିବା ପରେ ଏହାକୁ ଠିକ୍ ବାବରେ ନଷ୍ଟ କରିବା ଆବଶ୍ୟକ ।
ତେବେ ଥଣ୍ଡା ଓ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ ବ୍ୟବହାର କରିବା ଉଚିତ । ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବାପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।
ଜନଗହଳି ସ୍ଥାନଠାରୁ ଦୂରେଇ ରୁହନ୍ତୁ ।
ହାତ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସାବୁନରେ ବାରମ୍ବାର ଭଲଭାବରେଧୁଅନ୍ତୁ,
କାଶ, ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ୍ କିମ୍ବା ଟିସୁ ପେପରଦ୍ୱାରା ଘୋଡ଼ାଇ ରଖନ୍ତୁ ।
ବ୍ୟବହୃତ ଟିସୁ ପେପରକୁ ଯଥାଶୀଘ୍ର ଢାଙ୍କୁଣି ଥିବା ଡଷ୍ଟବିନ୍ରେ ପକାଇ ଦିଅନ୍ତୁ ।
ଯଦି ଆପଣ ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି, ତେବେ ଅନ୍ୟମାନଙ୍କ ସହ ମିଳାମିଶା ନ
କରି ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ଡାକ୍ତରଖାନାକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ ।
ଆଖି, ନାକ ଏବଂ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ ।
ସର୍ବସାଧାରଣ ସ୍ଥାନରେ ଛେପ, ଖଙ୍କାର ପକାନ୍ତୁ ନାହିଁ ।