୨୪ ଘଣ୍ଟାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢିଲା, ୬ ଜଣଙ୍କର ମୃତ୍ୟୁ ୩୪୧ ଆକ୍ରାନ୍ତ

0 924

ନୂଆଦିଲ୍ଲୀ – ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୨ ଗୁଣ ବଢିଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହେଲାଣି । ରାଜସ୍ଥାନ ଓ ଓଡିଶାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ରବିବାରରେ ଜନତା କର୍ଫ୍ୟୁକୁ ଲୋକମାନେ ସ୍ୱତ୍ତପ୍ରବୃତ ଭାବେ ପାଳନ କରୁଛନ୍ତି ।

କୋଭିଡ୍‌ ୧୯ ବା କରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷାପ ଗ୍ରହଣ କରିଛନ୍ତି । ସାମାଜିକ ଦୂରତା ବା ଅନ୍ୟମାନଙ୍କ ଠାରୁ ଅଲଗା କରି ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ସତର୍କତା ହିଁ ଔଷଧ । ଏହା ସହ ହାତକୁ ବାରମ୍ବାର ସଫା କରିବା ପାଇଁ ନିର୍ଦେଶ ଦିଆଯାଇଛି ଯ
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ପହ଼ଞ୍ଚିଲାଣି । ମହାରାଷ୍ଟ୍ରରେ ଜଣେ ୬୩ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତାଙ୍କୁ କରୋନା ସହ ଉଚ୍ଚ ରକ୍ତଚାପ ଓ ମଧୁମେହ ବା ଡାଇବେଟିସ୍‌ ଥିଲା । ବିହାରରେ ବି ଜଣେ ବ୍ୟକ୍ତିଙ୍କର ମୃତ୍ୟ ହୋଇଛି ।

ଦେଶର ବିଭିନ୍ନ ଅଞ୍ଚଳରୁ ନୂଆ ନୂଆ କରୋନା ମାମଲା ଆସିଛି । ଆସମାରେ ଗୋଟିଏ ୪ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ ହୋଇଛି ।

Leave A Reply