ରାଜ୍ୟରେ ପୁଣି ବସ୍‍ଭଡ଼ା ବୃଦ୍ଧି ପାଇଛି

0 115

ରାଜ୍ୟରେ ପୁଣି ବସ୍‍ଭଡ଼ା ବୃଦ୍ଧି ପାଇଛି । ରାଜ୍ୟ ସରକାର ଏ’ ବର୍ଗରେ ଥିବା ୨୦ଟି ଜିଲ୍ଲାରେ ବସ୍‍ ଚଳାଇବାକୁ ଅନୁମତି ପ୍ରଦାନ କରିଥିବାବେଳେ ବସ୍‍ରେ ଥିବା ସିଟ୍‍ ସଂଖ୍ୟାର ୫୦ ପ୍ରତିଶତ ଯାତ୍ରୀ ନେବାକୁ ଅନୁମତି ଦେଇଛନ୍ତି । ତୈଳ ଦର ବୃଦ୍ଧି ଯୋଗୁଁ ବସ୍‍ ମାଲିକ ସଂଘର ଦାବି ଅନୁସାରେ ରାଜ୍ୟ ସରକାର ଏହି ବସ୍‍ ଭଡ଼ା ବୃଦ୍ଧି କରିଛନ୍ତି । ସାଧାରଣ ବସ୍‍ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି ପାଇ ୮୯ ପଇସା, ଏକ୍ସପ୍ରେସ୍‍ ଭଡ଼ା ୯୩, ଡିଲକ୍ସ ୧ ଟଙ୍କା ୨୯ ପଇସା ଏବଂ ଏ.ସି. ଡିଲକ୍ସ ୧ ଟଙ୍କା ୫୭ ପଇସାକୁ ବୃଦ୍ଧି ପାଇଥିବାବେଳେ ସୁପର ପ୍ରିମିୟମ୍‍ ବସ୍‍ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୪୪ ପଇସାକୁ ବୃଦ୍ଧି ପାଇଛି ।

Leave A Reply