ବଜେଟ ମୁଖ୍ୟାଂଶ : ମଧ୍ୟବିତ୍ତଙ୍କ ଉପରେ ପଡିବ ପ୍ରଭାବ, ଧନୀ ଦେବେ ଅଧିକ କର
- : ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ କଏନ ଆସିବ ।
- ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିୟ ଆୟ ଉପରେ କୌଣସି ଆୟକର ଦେବାକୁ ପଡିବ ନାହିଁ ।
- ଇଲେକ୍ଟ୍ରିକ କାର ଉପରେ ଜିଏସଟି ପରିମାଣ ୫ ପ୍ରତିଶତକୁ ହ୍ରାସ
- ଷ୍ଟାର୍ଟଅପରେ ନିବେଶ କଲେ କ୍ୟାପିଟାଲ ଗେନ ଟାକ୍ସ ପଡିବ ନାହିଁ ବା ରିହାତି ମିଳିବ ।
- ପାନ୍ କାର୍ଡ ନଥିଲେ ଆଧାର ନମ୍ବର ଦେଇ ଆୟକର ରିଟର୍ଣ୍ଣ ଦାଖଲ
- ପେଟ୍ରୋଲ,ଡିଜେଲ ଦର ଉପରେ ଅତିରିକ୍ତ ୧ ଟଙ୍କାର ସେସ ଆଦାୟ
- ୨ କୋଟିରୁ ୫ କୋଟି ଟଙ୍କାର ଆୟ ଉପରେ ୩ ପ୍ରତିଶତ
- ୫ କୋଟିରୁ ଅଧିକ ଆୟ ଉପରେ ୭ ପ୍ରତିଶତ ସରଚାର୍ଜ
- ଅଧିକ ଆୟକାରୀଙ୍କ ଉପରେ ଅଧିକ ଟିକସ ପଡିବ
- ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷକୁ ୧ କୋଟିରୁ ଅଧିକ ଟଙ୍କାର ନଗଦ ଉଠାଣ କଲେ ୨% ଟିଡିଏସ କଟିବ
- କର୍ପୋରେଟ ଟିକସରେ ରିହାତି । ୪୦୦ କୋଟି ବା ଅଧିକ ଟଙ୍କାର କାରବାର କରୁଥିବା କମ୍ପାନିକୁ ୨୫ ପ୍ରତିଶତ ଟିକସ
- ପୂର୍ବରୁ ଏହି ସୀମା ୨୫୦ କୋଟି ଥିଲା ।
- ଭାରତୀୟ ପାସପୋର୍ଟ ଥିବା ପ୍ରବାସୀ ଭାରତୀୟଙ୍କୁ ଆଧାର କାର୍ଡ ପ୍ରଦାନ କରାଯିବ ।
- ଋଣ ଉପରେ ସବସିଡି ।
- ସରକାର ବିଭିନ୍ନ ଶ୍ରମ ଆଇନକୁ ମିଶାଇ ମୋଟ ୪ଟି ଶ୍ରମ ଆଇନରେ ପରିଣତ କରିବେ ।
- ଟିକସ ଆଦାୟ ବ୍ୟବସ୍ଥାକୁ ଅଧିକ ସରଳ କରାଯିବ
- ପ୍ରତ୍ୟକ୍ଷ ଟିକସ ଆଦାୟ ୭୮ ପ୍ରତିଶକ ବୃଦ୍ଧି ପାଇଛି ।
- ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାର ଦେଶରେ ୧୭ଟି ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବେ ।
- ଭାରତୀୟ ଶିକ୍ଷାନୁଷ୍ଠାନକୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ସରକାର ଷ୍ଟଡି ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଜାତୀୟ ଗବେଷଣା ଫାଉଣ୍ଡେସନ ଓ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବ । ନୂଆ ଶିକ୍ଷା ନୀତି ଆସିବ ।
- ପ୍ରତି ଘରେ ପିଇବା ପାଣି ପହଞ୍ଚାଇବାକୁ ‘ହର ଘର ଜଲ’ ଯୋଜନା ଆରମ୍ଭ କରାଯିବ ।
- ବିଦେଶୀ ପୁଞ୍ଜି ନିବେଶ : ଖୁଚୁରା, ମିଡିଆ ଓ ବିମାନଚଳାଚଳ କ୍ଷେତ୍ରକୁ ଏଫଡିଆଇ ପାଇଁ ଖୋଲାଯିବ ।