ବୟନ ଭବନ ପରିସରରେ ଅତ୍ୟାଧୁନିକ ‘ଡିଜାଇନର କଲେକ୍‌ସନ୍‌’ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

0 708

ଭୁବନେଶ୍ୱର – ସୋମବାର ସନ୍ଧ୍ୟାରେ ସ୍ଥାନୀୟ ସଚିବାଳୟ ମାର୍ଗସ୍ଥିତ ବୟନ ଭବନର ପ୍ରଥମ ମହଲାରେ ଏକ ଆଧୁନିକ ‘ଡିଜାଇନର କଲେକ୍‌ସନ୍‌’ ବିକ୍ରୟ କେନ୍ଦ୍ରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଦିଆନ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ହସ୍ତତନ୍ତରୁ ପ୍ରସ୍ତୁତ ସମ୍ବଲ ପୁରୀ ବାନ୍ଧ ଶାଢ଼ି, ନ ଅୂ ।ପାଟଣା ଖଣ୍ଡୁଆ ଶାଢ଼ି, ସୋନ ପୁରୀ ବ ମ୍‌କେ ଇ ଶାଢ଼ି, କୋଟ୍‌ପାଡ ଶାଢ଼ି, ଯାଜପୁର ଜିଲ୍ଲା ଗୋପାଳପୁରର ଟସର ବସ୍ତ୍ର ଦେଶବିଦେଶରେ ବିଶେଷ ଭାବେ ଆଦୃତି ଲାଭ କରିଛି । ଏହି ସବୁ କପଡ଼ାରୁ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ବସ୍ତ୍ର ଆଜିର ଯୁବପିଢ଼ିଙ୍କୁ ଅତ୍ୟନ୍ତ ଆକୃଷ୍ଟ କରିବ । ଏହିସବୁ ବସ୍ତ୍ର ଓଡ଼ିଶାର କଳା, ସଂସ୍କୃତି ଓ ଆଧୁନିକତାର ସୁନ୍ଦର ସମିଶ୍ରଣ । ରାଜ୍ୟର ହସ୍ତତନ୍ତ ଓ ବୟନଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।
ଓଡ଼ିଶାର ବାନ୍ଧକଳା କେବଳ ରାଜ୍ୟରେ ନୁହେଁ ସମଗ୍ର ଭାରତବର୍ଷରେ ସୁଖ୍ୟାତି ଲାଭ କରିଛି । ଭାରତ ବାହାରେ ମଧ୍ୟ ଓଡ଼ିଶା ବାନ୍ଧକଳା ଆଦୃତି ଲାଭ କରିଛି । ବର୍ତ୍ତମାନ ବଜାରରେ ଶାଢ଼ି ଅପେକ୍ଷା ପରିଧାନ ବସ୍ତ୍ରର ଚାହିଦା ବହୁଳ ମାତ୍ରାରେ ବଢ଼ିଚାଲିଛି । ପରିଧାନ ବସ୍ତ୍ର ମଧ୍ୟରେ ଯୋଗ୍ୟତାସଂପନ୍ନ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରର ଚାହିଦା ବଜାରରେ ଅତୁଳନୀୟ । ଏହି ଚାହିଦାକୁ ଦୃଷ୍ଟିରେ ରଖି ବୟନିକା ସ୍ୱତନ୍ତ୍ର ଭାବେ ଏକ ଡିଜାଇନରସ୍‌ କଲେକ୍‌ସନ୍‌ ସେଲ୍‌ ପ୍ରସ୍ତୁତ
କରିଛି । ଏହି ଡିଜାଇନର କଲେକ୍‌ସନ୍‌ ସେଲ୍‌ଟି ବୟନ ଭବନର ପ୍ରଥମ ମହଲାରେ ୨ ହଜାର ବର୍ଗ ଫୁଟ ପରିମିତ ଜାଗାରେ ସୁନ୍ଦର ସାଜସଜ୍ଜା ପରିପାଟୀ ସହ ନିର୍ମିତ ହୋଇଛି ।
ଏଥିରେ ଓଡ଼ିଶାର ଡିଜାଇନର୍‌ ମାନସ ରଞ୍ଜନ ଦାଶ, ନିଫ୍‌ଟ ଡିଜାଇନର, ବିନୟ କୁମାର ମୁଣ୍ଡା, ନିଫଫ ଡିଜାଇନର, ଆକାଂକ୍ଷା ସରକାର, ସ୍ୱୀକୃତି ପ୍ରଧାନ (ରସ୍‌ଟିକ୍‌ ହୁ୍ୟ) ନିଫ୍‌ଟ ଡିଜାଇନର ଏବଂ ଏମ୍‌. ଏସ୍‌ ଡିଲାଇଟ୍‌ସପର୍ସ ପ୍ରାଇଭେଟ୍‌ ଲିଃର ୫ ଜଣ ଖ୍ୟାତିସଂପନ୍ନ ଡିଜାଇନରମାନଙ୍କ ନିଜସ୍ୱ ଶୈଳୀରେ ପ୍ରସ୍ତୁତ ସାର୍ଟ, ଜ୍ୟାକେ ଟ୍‌, କୋର୍ଟ, ପଞ୍ଜାବୀ, କୁର୍ତ୍ତୀ, ଲେ ହେ ଙ୍ଗ ।, , ଚୁଡ଼ିଦାର ଆଦି ପରିଧାନ ବ ସ୍ତ୍ର ବିକ୍ରି ପାଇଁ ଉପଲବ୍ଧ କରାଯାଇଛି । ଏହି ୫ ଜଣ ଡିଜାଇନରଙ୍କ ବ୍ୟତୀତ ଓଡ଼ିଶାର ୨ ଜଣ ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ସୋନପୁରର ପ୍ରହ୍ଲାଦ ମେହେର ଓ ବରଗଡ଼ର ସସ୍ମିତା ମେହେରଙ୍କ ସ୍ୱତନ୍ତ୍ର ବସ୍ତ୍ର ଏଥିରେ
ବିକ୍ରି ପାଇଁ ପ୍ରଦର୍ଶିତ କରାଯାଇଛି । ପରବର୍ତ୍ତୀ ସମୟରେ ଏଥିରେ ଭାଗନେବା ପାଇଁ ଓଡ଼ିଶାରଖ୍ୟାତିସଂପନ୍ନ ବୁଣାକାରମାନଙ୍କୁ ମଧ୍ୟ ସାମିଲ କରାଯିବ ।

ଖବରକାଗଜ ମାଧ୍ୟମରେ ବିଜ୍ଞାପନ ଦ୍ୱାରା ଉପରୋକ୍ତ ଡିଜାଇନରମାନଙ୍କୁ ବଛାଯାଇ ବୟନିକାର ଡିଜାଇନର କଲେକ୍‌ସନ୍‌ରେ ଭାଗନେବା ପାଇଁ ସ୍ଥିର କରାଯାଇଛି । ବୟନିକା ଡିଜାଇନରମାନଙ୍କୁ ବିନାମୂଲ୍ୟରେ ସୋରୁମ୍‌ ପାଇଁ ଜାଗା ଯୋଗାଇ ଦେଇଛି । ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ବୟନିକା ବ୍ରାଣ୍ଡରେ ଏବଂ ବୟନିକା ଦ୍ୱାରା ସ୍ଥିରୀକୃତ ମୂଲ୍ୟରେ ବିକି୍ର କରାଯିବ । ଏହା ଦ୍ୱାରା ଓଡ଼ିଶାର ଡିଜାଇନରମାନେ ଉପକୃତ ହେବା ସହ ବୟନିକା ପରିଧାନ ବସ୍ତ୍ର ବଜାରରେ ନିଜର ବିକି୍ରକୁ ପରିବର୍ଦ୍ଧିତ କରିପାରିବ ଯାହାକି ଓଡ଼ିଶା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରକୁ ଲୋକପ୍ରିୟ କରିବାରେ ସହାୟକ ହେବ ।
ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଶୁଭା ଶର୍ମା, ବୟନିକାର ସଭାପତି ଶେଷ ମେହେର, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି, ଅତିରିକ୍ତ ଶାସନ ସଚିବ ବୃନ୍ଦାବନ ବେହେରା, ଯୁଗ୍ମ ଶାସନ ସଚିବ ଅଞ୍ଜନା ପଣ୍ଡା, ବୟନିକାର ପରିଚାଳନା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply