ବିଜେଡି ଏବଂ କଳିଙ୍ଗ ଟିଭି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

0 717

ଭୁବନେଶ୍ୱର: ଆର୍ଦଶ ନିର୍ବାଚନ ଆଚରଣ ବିଧି ଲାଗୁ ଅନୁଯାୟି ମତଦାନର ୪୮ ଘଂଟା ପୂର୍ବରୁ କୌଣସି ଟିଭି ଚ୍ୟାନେଲମାନେ ରାଜନୀତିକ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରିପାରବେନି। କିନ୍ତୁ ଆଜି ରାଜ୍ୟରେ ପ୍ରଥମ ପ୍ରକିୟା ମତଦାନ ଚାଲୁଥିବା ବେଳେ କଳିଙ୍ଗ ଟିଭି ମୁଖ୍ୟମନ୍ତ୍ରୀ ବୌଦ୍ଧ, ସୋନପୁର ଏବଂ ବାଲିଗୁଡା ନିର୍ବାଚନୀ ପ୍ରଚାର କରୁଥିବା ବେଳେ ଏହାର ସିଧା ପ୍ରସାରଣ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିବା ଅଚ୍ୟୁତ ସାମନ୍ତଙ୍କର ମାଲିକାନାରେ ଥିବା ଟିଭି ଚ୍ୟାନେଲ “କଳିଙ୍ଗ ଟିଭି”ରେ ବାରମ୍ବାର ସିଧାପ୍ରସାରଣ କରାଯାଇଥିଲା।

ସେହିପରି ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପାଇଁ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ବିଜେଡି ତାହାର ଇସ୍ତାହାରକୁ ଉନ୍ନୋଚନ କରିଥିଲା। ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ ହେଉଛି। ଏହାର ପ୍ରତିବାଦରେ ବିଜେପିର ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ଭେଟି ଏହି ଘଟଣାର ଯଥାର୍ଥ ତଦନ୍ତ କରିବା ସହ ଏହି ଘଟଣାରେ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ, କଳିଙ୍ଗ ଟିଭି ଚ୍ୟାନେଲ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିୟମ ୩/ଇଆର/୨୦୧୮/ଏସଡିଆର ୧୫/୦୪/୨୦୧୯ ତାରିଖକୁ ଅବମାନନା କରି ସମ୍ପୃକ୍ତ ଟିଭି ଚ୍ୟାନେଲ ଲଗାତାର ଭାବରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଓ ବିଜେଡିର ଇସ୍ତାହାର ପ୍ରକାଶ କାର୍ଯ୍ୟକ୍ରମକୁ ବେଆଇନ ଭାବେ ସିଧାପ୍ରସାରଣ କରିଛି। ସେହିପରି ଶାସକ ବିଜେଡି ଦଳ ମଧ୍ୟ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲା ଖୋଲି ଭାବେ ଉଲ୍ଲଂଘନ କରିଛି। ନିର୍ବାଚନ କମିଶନଙ୍କର ସର୍କୁଲାର ନମ୍ବର ୪୩୭/୬/୧/ଇସିଆଇ/ଆଇଏନଏସଟି/ଏଫ୍‍ୟୁଏନ୍‍ସିଟି ଅନୁଯାୟୀ ମତଦାନର ୪୮ ଘଂଟା ଭିତରେ କୌଣସି ଇସ୍ତାହାର କରାଯିବା କଥା ନୁହେଁ କିନ୍ତୁ ବିଜେଡି ଏହାକୁ ଅବମାନନା କରି ସେକ୍ସନ ୧୨୬କୁ ଆରପି ଆକ୍ଟ ୧୯୫୧କୁ ଉଲ୍ଲଘଂନ କରିଛି।

ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଏବଂ କଳିଙ୍ଗ ଟିଭି ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply