ନୂଆଦିଲ୍ଲୀ .- ଭାରତରେ ବହୁ ଦିନରୁ ବେଆଇନ୍ ଭାବେ ବସବାସ କରୁଥିବା ଲୋକଙ୍କୁ ବାହାର କରିଦିଆଯିବ । ଅନ୍ତର୍ଜାତୀୟ ଆଇନ୍ ଆଧାରରେ ଏଭଳି ପଦକ୍ଷେପ ନିଆଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି ।
ରାଜ୍ୟସଭାରେ ଆସାମରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ରାଷ୍ଟ୍ରୀୟ ନାଗରିକତା ପଞ୍ଜୀକରଣ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହମନ୍ତ୍ରୀ ଶାହା ଏହା କହିଛନ୍ତି । ଗଣନା କରି ଦେଶରେ ବେଆଇନ୍ ଭାବେ ବସବାସ କରୁଥିବା ଲୋକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯିବ । ଏଥିପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.